ଅର୍ଥକୁ ବିକୃତ କରିବାକୁ ବିଜେଡି ଆତୁର: ବୈଜୟନ୍ତ

ଭୁବନେଶ୍ୱର: ଓଡ଼ିଶା ପୋଲିସ୍‌ ଓ ମହାରାଷ୍ଟ୍ର ପୋଲିସ୍‌କୁ ନେଇ ବୈଜୟନ୍ତ କରିଥିବା ଟ୍ୱିଟ୍‌କୁ ବୁଝିପାରୁନାହାନ୍ତି ବିଜେଡି ନେତା। ଟ୍ୱିଟ୍‌ ନେଇ ସ୍ପଷ୍ଟ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ଯେ, ମୁଁ ଯାହା କହିଥିଲି, ତାହାକୁ ବିକୃତ କରିବାକୁ ବିଜେଡି ଆତୁର। ଯେ କେହି ମୋର ଟ୍ୱିଟ୍ ଓ ସାକ୍ଷାତକାର ପଢ଼ିପାରିବେ। ଓଡ଼ିଶା ପାକିସ୍ତାନ ଭଳି ମୁଁ କହି ନ ଥିଲି। ପ୍ରକ୍ରିୟାକୁ ଅବମାନନା କରି ପାକିସ୍ତାନ ପୋଲିସ ଭଳି ବ୍ୟବହାର କରୁଛି। ବୋଧହୁଏ ନବୀନ ବାବୁ ଏହାକୁ ସହକର୍ମୀଙ୍କ ପାଇଁ ସଠିକ୍ ଅନୁବାଦ କରିପାରିବେ ବୋଲି ଏ ନେଇ ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି ବୈଜୟନ୍ତ ପଣ୍ଡା।

 

ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କ ବିରୋଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଟୁଇଟ୍ କରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କହିଥିଲେ ଯେ ମହାରାଷ୍ଟ୍ର ଓ ଓଡ଼ିଶାରେ ଆଇନ୍‌ର ମୌଳିକ ପ୍ରକ୍ରିୟାକୁ ଅନୁସରଣ କରାନଯାଇ ସାମ୍ବାଦିକଙ୍କ ଉପରେ ଯେଭଳି ଉଠାଇ ଆଣି ଆକ୍ରମଣର ନୀତି ଆପଣାଯାଉଛି, ତାହା ପାକିସ୍ତାନ ସଦୃଶ ବୋଲି ଉଲ୍ଲେଖ କରିଥିଲେ। ଏଥିସହ ଏଭଳି ଆଚରଣକୁ ଫାସୀବାଦୀ ବୋଲି କହିବା ସହ ରମେଶ ରଥଙ୍କ ପାଇଁ ସ୍ବର ଉଠାଇବାକୁ ଟୁଇଟରରେ ଅପିଲ୍ କରିଥିଲେ ବୈଜୟନ୍ତ।

ତେବେ ଏହି ପୋଷ୍ଟରେ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରାଯାଇଥିବା ଅଭିଯୋଗ କରି ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ସାଂସଦ ଓ ବିଧାୟକ ବିଧାୟକ ପ୍ରଣବପ୍ରକାଶ ଦାସ। ଟୁଇଟ୍ କରି ନିଜ ରାଜ୍ୟକୁ ବୈଜୟନ୍ତ ପାକିସ୍ତାନ ସହ ତୁଳନା କରିବାଠୁ ବଳି ଲଜ୍ଜାଜନକ ଆଉ କିଛି ହୋଇନପାରେ ବୋଲି ଦର୍ଶାଇଛନ୍ତି। ସେହିପରି ସାଂସଦ ସସ୍ମିତ ପାତ୍ର ମଧ୍ୟ ଏହାକୁ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇ ଟୁଇଟ୍ କରିଛନ୍ତି।

ସେପଟେ ବିଜେପିର ରାଜ୍ୟ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ସାମ୍ବାଦିକଙ୍କ ଉପରେ ଆକ୍ରମଣ ନେଇ ବୈଜୟନ୍ତ ପାକିସ୍ତାନର ଉଦାହରଣ ଦେଇଛନ୍ତି। ସରକାର ଏହାକୁ ସକରାତ୍ମକ ଦୃଷ୍ଟିରେ ଦେଖିବା ସହିତ ସାମ୍ବାଦିକଙ୍କ ପ୍ରତି ଆକ୍ରୋଶମୂଳକ ଆଭିମୁଖ୍ୟରୁ କ୍ଷାନ୍ତ ରହିବା ଉଚିତ୍ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ

ପରୀ ପ୍ରସଙ୍ଗରେ ଗୃହରେ କାହିଁକି ଚୁପ୍ ରହିଲା କଂଗ୍ରେସ ? କାରଣ କହିଲେ ସାଲୁଜା

କରୋନା ମୃତ୍ୟୁ ସଂଖ୍ୟା କମିଲା; ୫ ରୋଗୀ ଆଖି ବୁଜିଲେ

ରାଜ୍ୟରେ ୫୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଖରିଫ ଧାନକିଣାର ତଦାରଖ କରିବେ ୧୨ ଅଫିସର

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି, କ’ଣ ରହିବ ଏହାର ପ୍ରଭାବ, ଜାଣନ୍ତୁ

ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

କେବେ ଇଡ୍‌ଲିରେ ମଞ୍ଚୁରିଆନ୍‌ ଖାଇଛନ୍ତି କି?

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କାହିଁକି ବିଦା କଲା ବିଜେଡି ?

ବିନା ମାଟିରେ ଚାଷ ସମ୍ଭବ, ବିଶ୍ୱାସ ହେଉନି ? ଦେଖନ୍ତୁ ଭିଡିଓ

ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ କରିବ କଂଗ୍ରେସ

ମାସେ ପୂର୍ବରୁ ସରିଲା ଶୀତ ଅଧିବେଶନ; ଗୃହ ମୁଲତବୀକୁ କଂଗ୍ରେସ, ବିଜେପିର ବିରୋଧ

ବିଜେଡିକୁ ଜନବିରୋଧୀର ସଂଜ୍ଞା ପଚାରିଲେ ପ୍ରଦୀପଙ୍କ ପତ୍ନୀ

You might also like