ସମ୍ବିତ ପାତ୍ରଙ୍କ କାର୍‌ ଉପରେ ଆକ୍ରମଣ

ଭୁବନେଶ୍ୱର/କୋଲକାତା: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ କାର୍‌ ଉପରେ ଆକ୍ରମଣ ହୋଇଛି। ଏନେଇ ନିଜେ ସମ୍ବିତ ପାତ୍ର ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି।

କାର୍‌ରେ କିଛି ଦଳୀୟ ସାଥୀଙ୍କ ସହ ସମ୍ବିତ ପାତ୍ର ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି। କାର୍‌ର କାଚକୁ ବାଡ଼େଇ ଭାଙ୍ଗି ଦିଆଯାଇଛି।

ଆକ୍ରମଣରେ ଜଣେ କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି। ତେବେ ସୌଭାଗ୍ୟବଶତଃ ସେ ବର୍ତ୍ତି ଯାଇଥିବା ସମ୍ବିତ ପାତ୍ର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ:ତହସିଲଦାରଙ୍କ ଗାଡ଼ିକୁ ଭାଙ୍ଗିଲେ, ପଥର ନେଇ ଚମ୍ପଟ ମାରିଲେ

You might also like