ପରୀ ହତ୍ୟା ପ୍ରସଙ୍ଗରେ ସମ୍ବିତଙ୍କ ପ୍ରଶ୍ନ; ଓଡ଼ିଶାର ୯ ଜଣ କଂଗ୍ରେସ ବିଧାୟକ କାହିଁକି ଚୁପ୍ ?

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ କଂଗ୍ରେସର ଆଚରଣ ନେଇ ରାହୁଲ ଗାନ୍ଧି ଓ କଂଗ୍ରେସ ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର। ଏନେଇ ସେ କହିଛନ୍ତି ଓଡ଼ିଶାର ୯ ଜଣ କଂଗ୍ରେସ ବିଧାୟକ କାହିଁକି ଚୁପ୍ ବସିଛନ୍ତି ? କଣ ପାଇଁ ସେମାନେ ଅରୁଣ ସାହୁଙ୍କୁ କ୍ଲିନ ଚିଟ୍ ଦେଇଦେଲେ? ଅରୁଣ ସାହୁଙ୍କ ଠାରୁ ପଇସା ନେଇ ଚୁପ୍ ହୋଇ ବସିଛନ୍ତି ବୋଲି କହିଲେ ସମ୍ବିତ ଅଭିଯୋଗ କରିଛନ୍ତି।

ପରୀ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କୁ ବି ଟାର୍ଗେଟ୍ କରିଛନ୍ତି ସମ୍ବିତା ପାତ୍ର। ଏ ନେଇ ସେ କହିଛନ୍ତି ଯେ ହାଥରସରେ ଅପରାଧ ହେଲାବେଳେ ରାହୁଲ ସେଠାକୁ ଯାଇଥିଲେ, ହେଲେ ଏଠି କଂଗ୍ରେସ ଚୁପ୍ ହୋଇ ବସିଛି।  ଏ ସିଲେକ୍ଟିଭ୍‌ ଆପ୍ରୋଚ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ ପାତ୍ର।

ଏଥିସହିତ କଂଗ୍ରେସ ନେତାମାନେ କାହିଁକି ଅରୁଣଙ୍କ ପଛରେ ଛିଡ଼ା ହୋଇଛନ୍ତି, କଂଗ୍ରେସ ବିଧାୟକ ତାର ଜବାବ ଦିଅନ୍ତୁ ବୋଲି ସମ୍ବିତ ଦାବି କରିଛନ୍ତି।

 

You might also like