• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ସାଲେପୁର: କଂଗ୍ରେସ ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି କଂଗ୍ରେସକୁ ବହୁ ବର୍ଷ ଓ ବିଜେଡି ସରକାରକୁ ୧୯ବର୍ଷ ଧରି ଶାସନ କ୍ଷମତାରେ ରଖିଲେଣି। ତେଣୁ ବିଜେପିକୁ ୫ବର୍ଷ ଲାଗି ସୁଯୋଗ ଦେବାକୁ ସାଲେପୁର ସମାବେଶରେ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।

ଯିଏ ପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରକୁ ସୁରକ୍ଷିତ ରଖି ପାରୁନାହାନ୍ତି, ସେ ରାଜ୍ୟକୁ କ’ଣ ସୁରକ୍ଷିତ ରଖିବେ ବୋଲି ଶାହ ଆକ୍ଷେପ କରିଛନ୍ତି।

ଆୟୁଷ୍ମାନ ଭାରତକୁ ଓଡ଼ିଶାରେ ଲାଗୁ କରାନଯିବାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ ଭାଷା କାର୍ଡ ଖେଳିଛନ୍ତି ଶାହ। ଆଗାମୀ ନିର୍ବାଚନରେ ଜଣେ ଓଡ଼ିଆ ଭାଷା କହୁଥିବା ନେତା ବାଛି ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ସେ ଆହ୍ୱାନ ଦେଇଛନ୍ତି।

ଓଡ଼ିଆ ଭାଷା ପାଇଁ ମଧୁ ବାବୁଙ୍କ ଅବଦାନ ଅତୁଳନୀୟ। ତେଣୁ ମଧୁ ବାବୁଙ୍କ ନାଁ ନେଇ ସରକାର ପରିବର୍ତ୍ତନ କଥା କହିଛନ୍ତି ଶାହ। କେନ୍ଦ୍ରର ବିଗତ କଂଗ୍ରେସ ସରକାରକୁ ଟାର୍ଗେଟ୍ କରି ୫୫ ବର୍ଷ ଧରି ଶାସନ କରିଥିବା ଦଳ ଅମଳରେ ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସୁ ଆସୁ ଗରିବଙ୍କ ଘରେ ଗ୍ୟାସ ପହଞ୍ଚିଲା ବୋଲି ଶାହ କହିଛନ୍ତି।

ଏଥିସହିତ ରାଜ୍ୟରେ ପାନୀୟ ଜଳ, ବିଜୁଳି ସମସ୍ୟା ଉପରେ ରାଜ୍ୟ ସରକାରଙ୍କୁ ଘେରିଥିଲେ। କଂଗ୍ରେସ-ବିଜେଡି ମୁଦ୍ରାର ଦୁଇ ପାର୍ଶ୍ୱ ଭଳି ରହିଥିବା ଅଭିଯୋଗ କରିଥିଲେ ଶାହ। ରାଜ୍ୟରେ ଡିଏମ୍‌ଏଫ୍‌ ଅର୍ଥ ଆଦିବାସୀଙ୍କ ଉନ୍ନତି ପାଇଁ ଖର୍ଚ୍ଚ ହୋଇ ପାରୁନଥିବା ନେଇ ରାଜ୍ୟ ସରକାରଙ୍କୁ ସେ ଟାର୍ଗେଟ୍ କରିଥିଲେ।

 

https://youtu.be/x3SGsXwz2WM

Bjp-national-president-amit-shah-slams-odisha-govt-at-salepur
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories