ଭୁବନେଶ୍ୱର: ପରୀ ହତ୍ୟା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ’ଟ୍ୱିଟ୍ କରି ଘଟଣାକୁ ଅତି ନିନ୍ଦନୀୟ କହିବା ସହିତ କୌଣସି ସମ୍ବେଦନା ଭରା ଶବ୍ଦ ଏହି କ୍ଷତ ଭରି ପାରିବନି ବୋଲି କହିଛନ୍ତି ବିଜେପି ସାଂସଦ ଅପରାଜିତା।

ପରୀ ହତ୍ୟାଘଟଣାର ତ୍ୱରିତ ଓ ନିରପେକ୍ଷ ତଦନ୍ତ ଦାବି କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଅପରାଜିତା କହିଛନ୍ତି। ତା ସହିତ ଓଡ଼ିଶାରେ ସୁରକ୍ଷା ଓ ରାଜ୍ୟ ସରକାରଙ୍କ ବିବେକକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ।

ଆଜି ଏହି ଘଟଣାକୁ ନେଇ ବିଧାନସଭାରେ ତାତି ଦେଖିବାକୁ ମିଳିଥିଲା। ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବା ସହ କୃଷିମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିଲା ବିରୋଧୀ ବିଜେପି। ଗୃହରେ ପରୀ ପ୍ରସଙ୍ଗ ଉଠାଇ ବିଜେପି କହିଥିଲା ଯେ, ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ଏପରିକି ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶର ସ୍ପଷ୍ଟତା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ସେହିପରି କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିଥିଲା।

ଏପଟେ ପରୀ ହତ୍ୟ ଘଠଟଣା ଦିଲ୍ଲୀରେ ଉଠାଯିବ ବୋଲି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି। ପରୀକୁ ନ୍ୟାୟ ପାଇଁ  ଏବଂ ଅପରାଧୀକୁ ଦଣ୍ଡ ନମିଳିବା ଯାଏ ଏହି ଲଢ଼େଇ ବନ୍ଦ ହେବନି। ଧର୍ମ ଅଧର୍ମର ଏହି ଲଢ଼େଇ ନୟାଗଡ଼ରୁ ଆରମ୍ଭ ହୋଇ ଦିଲ୍ଲୀ ଯାଏଁ ଯିବ ବୋଲି ସମ୍ବିତ ପାତ୍ର ଟ୍ୱିଟ୍ କରି କହିଛନ୍ତି।

 

Other Stories