କୋଭିଡ୍ ପରିଚାଳନାରେ ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲେ ଅପରାଜିତା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ପରିଚାଳନାରେ ଦୁର୍ନୀତି ନେଇ ବଡ଼ ଗନ୍ଧ ବାରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କୋଭିଡ୍ ଦୁର୍ନୀତିରେ ତାମିଲନାଡୁ ଲିଙ୍କ୍ ରହିଛି ବୋଲି ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଅପରାଜିତା। ଚେନ୍ନାଇର ଏକ ଚଷମା ଦୋକାନରୁ ପିପିଇ କିଟ୍ କିଣାଯାଇଛି। କୋଭିଡ୍ ପରିଚାଳନା ଦୁର୍ନୀତି ଓ ଅର୍ଥ ଉପାର୍ଜନ ପାଇଁ ସୁବିଧା ସାଜିଛି। ସେହିପରି ପଞ୍ଜାବ ଓ ହରିୟାଣାର ବିଭିନ୍ନ ଫାର୍ମରୁ ଚଢ଼ା ଦରରେ ମାସ୍କ କିଣା ହୋଇଛି ବୋଲି ଅପରାଜିତା କହିଛନ୍ତି।

ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଛି ବୋଲି ଅପରାଜିତା ଅଭିଯୋଗ କରିଛନ୍ତି। ତେବେ ସତ୍‌ସହାସ ଥିଲେ 5-T ନୀତି ଅବଲମ୍ବନ କରି ତଦନ୍ତ କରାନ୍ତୁ ବୋଲି ଚ୍ୟାଲେଞ୍ଜ କରିଛନ୍ତି ଅପରାଜିତା।

କେଉଁ କୋଭିଡ୍ ହସ୍ପିଟାଲକୁ କେତେ ଟଙ୍କା ଦିଆଯାଇଛି ତାକୁ ସାମ୍ନାକୁ ଆଣନ୍ତୁ। ଏଥିସହ ଆକ୍ରାନ୍ତଙ୍କ ପିଛା କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ସରକାର ତାହା ସ୍ପଷ୍ଟ କରନ୍ତୁ ବୋଲି ଆହ୍ୱାନ କରିଛନ୍ତି ଭୁବନେଶ୍ୱର ସାଂସଦ। ଜବାବରେ ବିଜେଡି କହିଛି, ପ୍ରମାଣ ଥିଲେ ଦିଅ। ଅପରାଜିତାଙ୍କ ଅଭିଯୋଗରେ ବିଜେଡି ନେତା ଦେବୀ ପ୍ରାସାଦ ମିଶ୍ର କହିଛନ୍ତି, ଏମିତି କହିଲେ ହେବନି। ଯଦି କିଛି ନିର୍ଦ୍ଦିଷ୍ଟ ପ୍ରମାଣ ଅଛି ତେବେ ଦିଅନ୍ତୁ। କୋଭିଡ୍ ସମୟରେ ଆମେ ସକାରାତ୍ମକ ହେବା ଉଚିତ୍‌। କେବଳ ଫ୍ୟାକ୍ଟ କୁହନ୍ତୁ। ଯଦି କିଛି ତଥ୍ୟ ଅଛି ତେବେ ସାମ୍ନାକୁ ଆଣନ୍ତୁ ବୋଲି ସେ କହିଛନ୍ତି।

 

You might also like