ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦୁଇଟି ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ଉପ-ସଭାପତି ସମୀର ମହାନ୍ତି ଓ ରାଜ୍ୟ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଫେରାଦ ହୋଇଛନ୍ତି।

୩ ଜଣ ବରିଷ୍ଠ ଅଫିସରଙ୍କ ନାଁରେ ସିଇଓଙ୍କ ଠାରେ ବିଜେପି ଅଭିଯୋଗ କରିଛି। ଭି. କେ. ପାଣ୍ଡିଆନ, ଡି.ଏସ୍. କୁଟ୍ଟେ ଓ ଆଶିଷ ସିଂଙ୍କ ନାଁରେ ବିଜେପି ସଦସ୍ୟ ଅଭିଯୋଗ କରିଛନ୍ତି। ୩ ଜଣ ଅଫିସର୍ ଜଣେ ଫିଲ୍ମ ନିର୍ମାତାଙ୍କ ସହ ଏକ ହୋଟେଲ୍‌ରେ ଏକାଠି ହେଉଛନ୍ତି। ହୋଟେଲ୍‌ରେ ବିଜେଡି ପାଇଁ ଟଙ୍କାବଣ୍ଟା, ବୁଥ୍ ପରିଚାଳନା ମନ୍ତ୍ରଣା ହେଉଛି ବୋଲି ବିଜେପି ଅଭିଯୋଗ କରିଛି।  ଅଫିସରମାନଙ୍କୁ ଟ୍ରାକ୍ ସହ ହୋଟେଲ ରେଡ୍ ପାଇଁ ବିଜେପି ଅନୁରୋଧ କରିଛି।

ପୁରୀ ଜିଲ୍ଲା ସତ୍ୟବାଦୀରେ ଇଭିଏମ୍‌ ଭଙ୍ଗାରୁଜା ଘଟଣାକୁ ନେଇ ମଧ୍ୟ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସତ୍ୟବାଦୀରେ ପ୍ରିଜାଇଡିଂ ଅଫିସର ପକ୍ଷଭୁକ୍ତ ହୋଇଥିବା ଓ ରଣପୁରରେ ଟଙ୍କା ବାଣ୍ଟିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉନଥିବା ନେଇ ସିଇଓଙ୍କୁ ଭେଟି ସମୀର ମହାନ୍ତି, ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

You might also like