• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବାଲେଶ୍ୱର: ବାଲେଶ୍ୱର ଉପ ନିର୍ବାଚନ ପ୍ରଚାର ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମନ୍ତବ୍ୟକୁ ନେଇ ତେଜିଲା ବିବାଦ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରଣେନ୍ଦ୍ରଙ୍କ ମନ୍ତବ୍ୟକୁ ବାଲେଶ୍ୱରବାସୀଙ୍କ ପ୍ରତି ଅପମାନ ବୋଲି କହିଛନ୍ତି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ସମାଲୋଚନା କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

ସେ କହିଛନ୍ତି ଯେ ମନ୍ତ୍ରୀ ସମଗ୍ର ବାଲେଶ୍ୱରବାସୀଙ୍କୁ ଅପମାନିତ କରିଛନ୍ତି। ମନ୍ତ୍ରୀ ନିଜର ରୁଚିହୀନ ଓ ସମ୍ବେଦନହୀନତାର ପରିଚୟ ଦେଇଛନ୍ତି। ନିଜ ବକ୍ତବ୍ୟକୁ ଠିକ୍ ଦର୍ଶାଇବାକୁ ଯାଇ ବିଜେଡିର ଆଭିମୁଖ୍ୟ ବୋଲି କହିଛନ୍ତି। ସମଗ୍ର ବିଜେଡି ଏପରି ସମ୍ବେଦନହୀନତା ଓ ଅଶିଷ୍ଟତାର ପୃଷ୍ଠପୋଷକ କି ? ଏଭଳି ଦଳକୁ ଉଚିତ୍ ଜବାବ ଦେବାକୁ ମାନସ ଦତ୍ତଙ୍କୁ ଜିତାଇବାକୁ ନିବେଦନ।

ସେହିପରି ବାଲେଶ୍ୱର ରୁପ୍‌ସା ବିଜେପି ନିର୍ବାଚନୀ ସଭାରେ ବର୍ଷିଲେ ପ୍ରତାପ ଷଡ଼ଙ୍ଗୀ। ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେ କହିଛନ୍ତି ଯେ ମନ୍ତ୍ରୀଙ୍କ ମନ୍ତବ୍ୟ ଦାୟିତ୍ୱହୀନତାର ପରିଚୟ ଦେଉଛି। ରାଜନୀତି କେତେ ନୀଚ୍ଚ ସ୍ତରକୁ ଯାଇସାରିଛି ବିଜେଡି ପ୍ରମାଣିତ କରିଛି। ଜଣଙ୍କ ମୃତ୍ୟୁରେ ବିଜେଡି କିଭଳି ଆନନ୍ଦିତ ହୁଏ ତାହା ଏଥିରୁ ସ୍ପଷ୍ଟ। ମନ୍ତ୍ରୀଙ୍କ ବୟାନ ବାଲେଶ୍ୱରର ସ୍ବାଭିମାନ ପ୍ରତି କୁଠାରାଘାତ। ବିଜେଡିକୁ ଉଚିତ୍ ଜବାବ ଦେବାକୁ ଜନସାଧାରଣଙ୍କୁ ଅପିଲ୍ କଲେ ପ୍ରତାପ। ତେବେ ପ୍ରତାପ ଓ ପ୍ରଦୀପ୍ତଙ୍କ ମନ୍ତବ୍ୟକୁ ନେଇ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନି।

 

ତିନି ଦିନ ତଳେ ବାଲେଶ୍ୱରରେ ପ୍ରଚାର ବେଳେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ, ବିଜେପିର ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ଏକ ସୁଯୋଗ ଆଣିଦେଇଛି ବୋଲି ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣିଛି ବିଜେପି।

 

ତେବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରିଥିଲେ, କୌଣସି ଉଦ୍ଦେଶ୍ୟମୂଳକ ଭାବେ କିମ୍ବା କାହାର ଭାବନାକୁ ଆଘାତ ଦେବା ପାଇଁ ଏଭଳି କହିନଥିଲେ। ସ୍ୱର୍ଗତ ମଦନ ମୋହନଙ୍କ ପ୍ରତି ତାଙ୍କ ସମ୍ମାନ ଓ ଶ୍ରଦ୍ଧା ରହିଛି। ମାନସ ଦତ୍ତ ମୋ ପୁଅ ଭଳି, ତାଙ୍କୁ ଯଦି ଏଭଳି ମନ୍ତବ୍ୟ ଆଘାତ ଦେଇଛି, ତାହେଲେ ଏଥିପାଇଁ ଗଭୀର ଦୁଃଖିତ ବୋଲି ଟ୍ୱିଟ୍ କରିଥିଲେ।

Bjp-mounts-attacks-on-odisha-minister-for-remarks-on-the-late-balasore-mla
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories