ଆତ୍ମହତ୍ୟା ଧମକ ଦେଲେ ବିଜେପି ବିଧାୟକ

ଭୁବନେଶ୍ୱର: ମଣ୍ଡି ସମସ୍ୟାକୁ ନେଇ ଆଜି ବିଧାନସଭାରେ ଦେବଗଡ଼ର ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଆତ୍ମହତ୍ୟା ଧମକ ଦେଇଛନ୍ତି। ବିଧାନସଭାର ଶୂନ୍ୟକାଳରେ ବିଧାୟକ ଏଭଳି ଧମକ ଦେଇଛନ୍ତି। ମଣ୍ଡିରୁ ଧାନ ନଉଠିଲେ ଆତ୍ମହତ୍ୟା କରିବି ବୋଲି ବିଧାୟକ କହିଛନ୍ତି।

ଆଜି ପ୍ରଶ୍ନକାଳ ସମୟରେ ଧାନ ମଣ୍ଡିରେ ଅବ୍ୟବସ୍ଥାର ପ୍ରତିବାଦ କରି ବିଧାୟକ ସୁବାସ ପାଣିଗ୍ରାହୀ ଗୃହର ମଧ୍ୟ ଭାଗକୁ ଆସି ବସି ରହିଥିଲେ। ଏହାପରେ ତାଙ୍କୁ ନିଜ ଆସନକୁ ଫେରିଯିବାକୁ ଅନୁରୋଧ କରିି ଶୂନ୍ୟକାଳରେ ଏନେଇ କହିବାକୁ ସୁଯୋଗ ଦିଆଯିବ ବୋଲି ବାଚସ୍ପତି କହିଥିଲେ।

ଶୂନ୍ୟକାଳରେ ବିଧାୟକ ସୁବାସ ପାଣିଗ୍ରାହୀ ଅଭିଯୋଗ ଆଣି କହିଥିଲେ ଯେ, ଟୋକନ୍‌ରେ ବ୍ୟାପକ ଅବ୍ୟବସ୍ଥା କାରଣରୁ ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ସରକାର ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ତେଣୁ ମଣ୍ଡିରୁ ଧାନ ନଉଠିଲେ ଆତ୍ମହତ୍ୟା କରିବେ ବୋଲି ବିଧାୟକ ଧମକ ଦେଇଥିଲେ।

You might also like