କିଏ ସତୁଆ ଓ କିଏ ମିଛୁଆ? ଜାଣନ୍ତୁ କାହିଁକି ଏମିତି କହିଲେ ବିଷ୍ଣୁ ସେଠୀ

କଣ କହିଲେ ବିଷ୍ଣୁ?

କଟକ: ମାହାଙ୍ଗାକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ଦିନକୁ ଦିନ ବଢିବାରେ ଲାଗିଛି ବିବାଦ। କାହିଁକି ଆଇନମନ୍ତ୍ରୀ ଦୋଷୀ ହେବେ ନାହିଁ ବୋଲି ପ୍ରଶ୍ନ କରିଛି ବିଜେପି? ତେବେ ଆଜି ମହାଙ୍ଗା ଡବଲ ମର୍ଡରକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି। ଏହି ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ବିଜେପି ଆରମ୍ଭ କରିଛି ସଦଭାବନା ଯାତ୍ରା । ତେବେ ଏହି ଘଟଣାକୁ ନେଇ ରାଜ୍ୟ ସରକାର ଓ ୫ଟି ଉପରେ ପ୍ରବଳ ବର୍ଷିଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ। ସେ କହିଛନ୍ତି ଯେ, ସତ କିଏ କହୁଛି ଆଉ ମିଛ କିଏ କହୁଛି ତାହା କାଗଜପତ୍ରକୁ ଭଲରେ ଅନୁସନ୍ଧାନ କଲେ ଜଣାପଡିବ। ଏହାରି ମଧ୍ୟରେ ମହାଙ୍ଗାରେ ୫ଟି ମୁଣ୍ଡ ଗଡିଗଲାଣି। ତଥାପି ସରକାର ଚେତୁ ନାହାନ୍ତି। ମର୍ଡର ଘଟଣାର ମାମଲାରେ ମନ୍ତ୍ରୀଙ୍କର ନାଁ ୧୩ ନଂରେ ନାମ ରହିଛି। ତଥାପି ସେ ଯଦି ଅଭିଯୁକ୍ତ ନୁହନ୍ତି ବୋଲି କୁହାଯିବ ତେବେ ଆମେ କାହକୁ କଣ କହିବା ବୋଲି ପ୍ରଶ୍ନ କରିଛନ୍ତି ବିଷ୍ଣୁ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୃହ ବିଭାଗ ବର୍ତ୍ତମାନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି। କେବଳ ଏତିକି ନୁହେଁ ୫ଟି ବି ରାଜ୍ୟରେ କାର୍ଯ୍ୟ କରୁଛି। ସାରଦା ପ୍ରଧାନ ଯେତେବେଳେ ମହାଙ୍ଗାରୁ ରାଲି ଆରମ୍ଭ କଲେ ସେଇଠୁ ସେ ଅଭିଯୁକ୍ତ ହେଲେ। କାରଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲକ୍ଷଲକ୍ଷ କୋଟି ଟଙ୍କା ଖାଇଦେଇଛନ୍ତି। ଯଦି ତାହାକୁ କିଏ ପ୍ରତିବାଦ କଲା ତେବେ ସେ ଦୋଷୀ ହେଲା ଆଉ ତାହାର ହତ୍ୟା ମଧ୍ୟ କରାଯିବ ବୋଲି ବିଷ୍ଣୁ କହିଛନ୍ତି।

କେବଳ ଏତିକି ନୁହେଁ,  ଏତେ ପ୍ରମାଣ ଥାଇ ମଧ୍ୟ ସେ ଦୋଷୀ ସାବ୍ୟସ୍ତ ହେବେ ନାହିଁ ତାହାଲେ ଆମେ କଣ କହିବୁ ଓ କାହାକୁ କହିବୁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଠି ଲୋକଙ୍କ ସ୍ୱାର୍ଥ ଲାଗି ରାସ୍ତା ଓ ବ୍ଲକ୍‌ ଘେରାଉ କଲେ ଜେଲ ଯିବାକୁ ପଡିବ। ଏମିତି କି ମୁଁ ୨୮ ଥର ଜେଲ ଯାଇଛି ବୋଲି ବିଷ୍ଣୁ କହିଛନ୍ତି। ମନ୍ତ୍ରୀ ଯଦି ନିର୍ଦ୍ଦୋଶ ତେବେ ନିଜର ଇସ୍ତଫା ପତ୍ର କାହିଁକି ଦେଉନାହାନ୍ତି ବୋଲି ବିଷ୍ଣୁ ପ୍ରଶ୍ନ ମଧ୍ୟ କରିଛନ୍ତି।

ତେବେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଦାବିରେ ଆଜି ବିଧାନସଭା ଘେରାଉ ଉଦ୍ୟମ କରିଛି ବିଜେପି। ଶହ ଶହ ସଂଖ୍ୟାରେ ବିଜେପି କର୍ମୀ ଏକାଠି ହୋଇ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ପଦଯାତ୍ରାରେ ଯାଇଥିବାବେଳେ ଶତାଧିକ ବିଜେପି କର୍ମୀଙ୍କୁ ଅଟକ ରଖିଛି ପୋଲିସ।

You might also like