ବିଜେପି ସଦସ୍ୟତା ଅଭିଯାନ: ୧୦ ଲକ୍ଷ ଯୁବକଙ୍କୁ ଦଳରେ ସାମିଲ୍‌ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର: ସଦସ୍ୟତା ଅଭିଯାନରେ ରାଜ୍ୟରେ ୧୦ ଲକ୍ଷ ଯୁବକଙ୍କୁ ଦଳରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି  ବିଜେପି। ଏଥିପାଇଁ ଦଳର ଯୁବ ମୋର୍ଚ୍ଚା ପକ୍ଷରୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି।

୨୬ ଜୁଲାଇ କାର୍ଗିଲ ବିଜୟ ଦିବସ ଓ ଅଗଷ୍ଟ ୮ ରେ ଅଗଷ୍ଟ କ୍ରାନ୍ତି ଦିବସରେ ସାରା ରାଜ୍ୟରେ ବୁଥ୍ ସ୍ତରୀୟ ସଦସ୍ୟତା ଅଭିଯାନ କରାଯିବ ବୋଲି ସୂଚନା ମିଳିଛି। ଦଳକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବାକୁ ସବୁ ଅଞ୍ଚଳର ଯୁବଗୋଷ୍ଠୀଙ୍କୁ ଦଳରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି।

You might also like