ମହିଳା ବିଜେପି-ପୁଲିସ ଧସ୍ତାଧସ୍ତି

ଭୁବନେଶ୍ୱର : ଗତକାଲି ଭଳି ଆଜି ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ପିପିଲି ପୀଡ଼ିତା ମାମଲାରେ ମନ୍ତ୍ରୀ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁପ୍ ରହିବା ନେଇ ପ୍ରତିବାଦ କରିବାକୁ ନବୀନ ନିବାସ ଗଲାବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଛି।

ମହିଳା ବିଜେପିର ଶତାଧିକ କର୍ମୀ ହାତରେ ଚୁଡ଼ି ଧରି ନବୀନ ନିବାସ ଯାଉଥିଲେ। ଏହି ସମୟରେ ଟ୍ରାଫିକ୍‌ ଛକରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏହାପରେ ବହୁ ମହିଳା କର୍ମୀଙ୍କୁ ଗିରଫ କରିଛି ପୁଲିସ।

ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନ କରୁଛି ବିଜେପି ମହିଳା ମୋର୍ଚ୍ଚା।

You might also like