ଭୁବନେଶ୍ୱର : ପିପିଲି ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଚୁଡ଼ି ପିନ୍ଧା ଅଭିଯାନରେ ବିଜେପି ମହିଳା ମୋର୍ଚ୍ଚାର ନେତା ଓ କର୍ମୀ ସାମିଲ ହୋଇଥିଲେ। ସେମାନେ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ୍ ମହିଳା କର୍ମୀଙ୍କୁ ଅଟକାଇଥିଲା।
ଲୋୟର ପିଏମ୍ଜି, ସଚିବାଳୟ ଓ ଶିଶୁଭବନ ଛକରେ ହଜାର ହଜାର ସଂଖ୍ୟାରେ ମହିଳା କର୍ମକର୍ତ୍ତା ସରକାରୀ ବିରୋଧୀ ସ୍ଲୋଗାନ୍ ଦେଇ ବିକ୍ଷୋଭ କରିଥିଲେ। ଏହା ମଧ୍ୟରେ ବିକ୍ଷୋଭକାରୀଙ୍କ ସହ ପୁଲିସ୍ର ଧସ୍ତଧସ୍ତି ମଧ୍ୟ ହୋଇଥିଲା। ବିକ୍ଷୋଭକାରୀ ପୁଲିସ୍ ଉପରଲୁ ଚୁଡ଼ି ମାଡ଼ ମଧ୍ୟ କରିଥିଲେ।
ଏହା ସହ ମହିଳା କର୍ମକର୍ତ୍ତା ସଚିବାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ସେମାନେ ସଚିବାଳୟ ଗେଟ୍ରେ ଚୁଡ଼ି ବାନ୍ଧିବା ସହ ସରକାର ବିରୋଧୀ ନାରା ମଧ୍ୟ ଦେଇଥିଲେ। ଆନ୍ଦୋଲନକାରୀ ମହିଳା ନେତ୍ରୀ ଓ କର୍ମୀଙ୍କୁ ପୁଲିସ୍ ଗିରଫ କରିଛି।
https://youtu.be/rJhoQLaSUfo