ବିଜେପି ମହିଳା ମୋର୍ଚ୍ଚା ଟାର୍ଗେଟ୍‌ରେ ମନ୍ତ୍ରୀ ପ୍ରଦୀପ ମହାରଥୀ

ଅାଜି ବି ବିଭିନ୍ନ ସ୍ଥାନରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ଭୁବନେଶ୍ୱର : ଭାଇରାଲ୍ ହୋଇଥିବା ଭିଡ଼ିଓରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅରୁଚିକର ମନ୍ତବ୍ୟ ଥିବା ଅଭିଯୋଗ କରି ଅାଜି ବି ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେପି ମହିଳା ମୋର୍ଚ୍ଚା । ମହିଳାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ପ୍ରଦୀପ ମହାରଥୀ ତୁରନ୍ତ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ମୋର୍ଚ୍ଚାର ସଦସ୍ୟାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଭୁବନେଶ୍ୱରରେ ମୋର୍ଚ୍ଚାର ସଦସ୍ୟାମାନେ ଦଳୀୟ ରାଜ୍ୟ କାର୍ଯ୍ୟାଳୟରୁ ଶ୍ରୀୟା ଟକିଜ୍ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଯାଇଥିଲେ। ପରେ ଶ୍ରୀୟା ଟକିଜ୍ ନିକଟରେ ମହାରଥୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଅାଜି ସଂଧ୍ୟାରେ ମୋର୍ଚ୍ଚାର ଏକ ବୈଠକ ବସିବ। ଏଥିରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଅାଯିବ ବୋଲି କହିଛି ବିଜେପି ମହିଳା ମୋର୍ଚ୍ଚା।

ସେହିପରି ଅନୁଗୁଳ ଏବଂ କେନ୍ଦ୍ରାପଡ଼ାରେ ମଧ୍ୟ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟାମାନେ ବିକ୍ଷୋଭ ପ୍ରଦର୍ଶନ ସହ ମନ୍ତ୍ରୀ ମହାରଥୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

ତେବେ ଏନେଇ ବିଜେଡି ପକ୍ଷରୁ ଅାଜି ପ୍ରତିକ୍ରିୟା ମିଳିନଥିବାବେଳେ ଗତକାଲି ବିଜୁ ମହିଳା ଜନତା ଦଳର ସଭାନେତ୍ରୀ କହିଥିଲେ ମହାରଥୀ ସେଭଳି କୌଣସି ମନ୍ତବ୍ୟ ଦେଇନାହାଁନ୍ତି । ଜାଣିଶୁଣି ଏହାକୁ ବିଜେପି ଏକ ପ୍ରସଙ୍ଗ କରୁଛି।

You might also like