ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କଟକରେ ଋଣହୁଙ୍କାର

ପିପିଲି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତଥ୍ୟ ପ୍ରମାଣ ଆଣିବାରେ ବିଫଳ ହୋଇଥିବା ଅଭିଯୋଗ ଆଣିଲା ବିଜେପି ମହିଳା ମୋର୍ଚ୍ଚା

କଟକ: ପିପିଲି ପୀଡ଼ିତାଙ୍କୁ ଗଣଦୁଷ୍କର୍ମ ଘଟଣାରେ ତଥ୍ୟ ପ୍ରମାଣ ଯୋଗାଡ଼ରେ କ୍ରାଇମ୍‌ବ୍ରାଞ୍ଚ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା କଟକରେ ଋଣହୁଙ୍କାର କରିଥିଲା।

ଆଜି ଏହି ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ଶୋଭାଯାତ୍ରା କରିଛି। ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦରଘା ବଜରାରୁ ଏକ ରାଲି ବାହାରି ବକ୍ସି ବଜାର ଦେଇ କ୍ରାଇମ୍‌ବ୍ରାଞ୍ଚ ଅଫିସ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ପହଞ୍ଚି କ୍ରାଇମବ୍ରାଞ୍ଚ ଅଫିସ ଘେରାଉ କରାଯିବ କ୍ରାଇମବ୍ରାଞ୍ଚ ତଦନ୍ତରେ ପୀଡିତାଙ୍କୁ ନ୍ୟାୟ ମିଳିପାରିବ ନାହିଁ ବୋଲି ବିଜେପି ପୂର୍ବରୁ କହିଥିଲା।

ଶେଷରେ ତାହା ପ୍ରମାଣିତ ହୋଇଛି ବୋଲି ବିଜେପି କହିଛି। ସେହିଭଳି ଏହାର ତଦନ୍ତ ଭାର ନୂଆ କରି ସିବିଆଇକୁ ଦିଆଯାଉ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି। ତେବେ ଏନେଇ କ୍ରାଇମବ୍ରାଞ୍ଚ କିମ୍ବା ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like