ମହାନଦୀ ଜଳ ବିବାଦ ସମାଧାନରେ କିଏ ପୁରାଇଥିଲା କେଁ ? ଗୁମର ଖୋଲିଲେ ଉମା

କଟକ : ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦର ସମାଧାନ ବାଟରେ କିଏ ପୁରାଇଲା କେଁ। ସେ ସମ୍ପର୍କରେ ଗୁମର ଖୋଲିଛନ୍ତି ପୂର୍ବତନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ। ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ଅବସରରେ ଉମା କହିଛନ୍ତି, ମହାନଦୀ ଜଳ ବିବାଦ ବୈଠକ ବେଳେ ନବୀନଙ୍କୁ ବିଭ୍ରାନ୍ତ କରାଯାଉଥିଲା।

ଜଣେ ଆଇଏଏସ ତାଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିଲେ। ଏମିତିକି ମିଟିଂ ବେଳେ ବାରମ୍ବାର ଆସି ନବୀନଙ୍କ କାନ ପାଖରେ କିଛି କହୁଥିଲେ ଓ ମୁଁ ତାଙ୍କୁ ଏପରି ନକରି ଜଣେ ଅଫିସରର କାର୍ଯ୍ୟ କରିବାକୁ କହିଥିଲି ବୋଲି କହିଛନ୍ତି ଉମା।

ସେହିପରି ନବୀନଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି ଉମା କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି କେନେଡିଙ୍କ ପରିବାର ସହ ସମ୍ପର୍କ ରଖୁଥିବା ପରିବାର ଲୋକଙ୍କ ଚିନ୍ତାଧାରା ଏତେ ପଛୁଆ ହେଲା କାହିଁକି। ତେବେ ଉମାଙ୍କ ଏସବୁ ଆକ୍ଷେପ ନେଇ ନବୀନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ।

You might also like