କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜ୍‌ମା ଦାନ କଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ବିଜେପି ଜାତୀୟ ମୁଖପାତ୍ର  ସମ୍ବିତ ପାତ୍ର  ଆଜି ପ୍ଲାଜ୍‌ମା ଦାନ କରିଛନ୍ତି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ପ୍ଲାଜମା ଦାନ କରିଛନ୍ତି ସମ୍ବିତ ।

ବିଜେପିର ଜାତୀୟ ମୁଖପାତ୍ର ତଥା ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିବା ସମ୍ବିତ ପାତ୍ର  ଆଜି ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପ୍ଲାଜମା ଦେଉଥିବା ବେଳର ଫଟୋ ଟ୍ୱିଟ କରିଛନ୍ତି। ଗତମାସରେ ସମ୍ବିତ ପାତ୍ରଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା। ଏହି କାରଣରୁ ସେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା କି ନାହିଁ, ସେକଥା ଜଣାପଡ଼ି ନଥିଲା।

ତଥାପି କିଛି ଦିନ ସେ ହସ୍ପିଟାଲରେ ଚିକିତ୍ସା ହେବା ପରେ ଡିସଚାର୍ଜ ହୋଇଥିଲେ। ଡିସଚାର୍ଜ ବେଳେ ତାଙ୍କୁ ଘରେ ରହିବାକୁ କୁହାଯାଇଥିଲା। ହେଲେ କେବେ ବି ସମ୍ବିତ ପାତ୍ର କିମ୍ବା ଅନ୍ୟ କେହି ବି ସେ କରୋନାରେ ଆକ୍ରାନ୍ତ ହୋଇଥିବା କଥା କହି ନଥିଲେ। ହେଲେ ଆଜି ସମ୍ବିତ ପାତ୍ରା ପ୍ଲାଜମା ଦେଇ ସେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା କଥାକୁ ପ୍ରମାଣିତ କରିଥିବା ଚର୍ଚ୍ଚା ହେଉଛି।

ପ୍ଲାଜ୍‌ମା ଦାନ କରିବା ପରେ ସମ୍ବିତ କହିଛନ୍ତି, ଲୋକଙ୍କ ଜୀବନ ରକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାର୍ତ୍ତା ଦେଇଥିଲେ। ଏହା ପରେ ପ୍ଲାଜ୍‌ମା ଦାନ କରିବାକୁ ଆଗେଇ ଆସିଛନ୍ତି ବୋଲି ସମ୍ବିତ କହିଛନ୍ତି।  ପାତ୍ର ପୂର୍ବରୁ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ପ୍ଲାଜ୍‌ମା ଦାନ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ । ସମ୍ବିତ ନିଜେ ପ୍ଲାଜ୍‌ମା ଦାନ କରିବା ପରେ ଅନ୍ୟମାନଙ୍କୁ ମଧ୍ୟ ପ୍ଲାଜ୍‌ମା ଦାନ କରିବାକୁ ଅନୁରୋଧ କରିଛନ୍ତି ।

You might also like