ଓଡ଼ିଶାରେ ରୂପା ଗାଙ୍ଗୁଲି: କହିଲେ, ମୋ ବାପା ବଞ୍ଚିଥିଲେ ଖୁସି ହୋଇଥାନ୍ତେ

ଭୁବନେଶ୍ୱର: ସିଏଏ ସପକ୍ଷରେ ବିଜେପିର ଚାଲିଥିବା ଜନ ଜାଗରଣ ଅଭିଯାନ ପାଇଁ ଆଜି ଓଡ଼ିଶା ଆସିଛନ୍ତି ବିଜେପି ନେତ୍ରୀ ରୁପା ଗାଙ୍ଗୁଲି।  ନବରଙ୍ଗପୁର ଜିଲ୍ଲା ରାଇଘର ମିନି ଷ୍ଟାଡିୟମରେ ନାଗରିକତା ସଂଶୋଧିତ ଆଇନ ନେଇ ଲୋକଙ୍କୁ ସଚେତନତା କରାଯାଉଛି। ସେ କହିଛନ୍ତି ଯେ, କଂଗ୍ରେସ ସମେତ ଅନ୍ୟ କିଛି ରାଜନୈତିକ ଦଳ ଏହି ଆଇନ ନେଇ ଭୁଲ୍‌ ଧାରଣା ସୃଷ୍ଟି କରାଇ ଲୋକଙ୍କୁ ଉସୁକାଉଛନ୍ତି। ୧୯୪୭ରୁ ଭାରତକୁ ଯେତେ ଲୋକ ଆସିଛନ୍ତି ସେମାନଙ୍କୁ ବିଭିନ୍ନ ଦଫାରେ ନାଗରିକତା ଦିଆଯାଇଛି। କିନ୍ତୁ ଅନେକ ଲୋକଙ୍କୁ ନାଗରିକତା ମିଳି ନଥିଲା। କିନ୍ତୁ ଏହି କାମକୁ ମୋଦୀ ସରକାର ସରଳ କରିଦେଇଛନ୍ତି। ଶରଣାର୍ଥୀଙ୍କ ସମସ୍ୟା କ’ଣ ମୁଁ ଅନୁଭବ କରିଛି ବୋଲି ସେ କହିଛନ୍ତି। ମୋ ବାପା ହେଉଛନ୍ତି ବାଂଲାଦେଶର। ଯଦି ଆଜି ମୋ ବାପା ବଞ୍ଚିଥାନ୍ତେ ତେବେ ସେ ନିଶ୍ଚିତ ଖୁସି ହୋଇଥାନ୍ତେ ବୋଲି ସେ କହିଛନ୍ତି।

ସିଏଏର ଅର୍ଥ ହିଁ ମୁଁ ଅନୁଭବ କରିପାରୁଛି। କିନ୍ତୁ କିଛି ଲୋକ ଏହି ଆଇନ୍‌ ବିରୋଧରେ ଅପପ୍ରଚାର କରୁଛନ୍ତି। ଓଡ଼ିଶା ପରିପ୍ରେକ୍ଷୀରେ ରୂପା କହିଛନ୍ତି ଯେ, ରାୟଗଡ଼ା ଏବଂ ମାଲକାନଗିରିରରେ ଅନେକ ବାଂଲାଦେଶୀ ଶରଣାର୍ଥୀ ଅଛନ୍ତି। ସେମାନଙ୍କୁ ମୁଁ ଭେଟିବାକୁ ଆସିଛି ଏବଂ ଆଶ୍ୱସନା ଦେବାକୁ ଆସିଛି। ଏଥିସହ ଏହି ଆଇନ ନେଇ ଲୋକଙ୍କୁ ଦଳ ସଚେତନ କରାଯାଉଛି ବୋଲି ରୂପା ଗାଙ୍ଗୁଲି କହିଛନ୍ତି।

You might also like