ପ୍ରାଧାନମନ୍ତ୍ରୀ ଆବାସ ଯୋଜନା; ଲୋକଙ୍କ ଆବେଦନପତ୍ର ପୋଡ଼ା, ଫିଙ୍ଗା ହେଉଥିବା ଅଭିଯୋଗ

କୃଷ୍ଣପ୍ରସାଦ: ଚିଲିକା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ଼ ଘୋଟାଲା ବ୍ଲକ୍ ଅଫିସ ପଛପଟେ ଶହ ଶହ ଆବେଦନକାରୀଙ୍କ ଆବେଦନପତ୍ରକୁ ଫିଙ୍ଗିଦିଆଯିବା ସହ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଆଭିଯୋଗ ଆଣିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

ପୃଥ୍ୱୀରାଜ କହିଛନ୍ତି, ତିନି ତିନି ଥର ସର୍ଭେ ପରେ ହୀତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିଲେ। ବିଜେପିର ଦାବିର ପରେ ବ୍ଲକ୍ ପ୍ରଶାସନ ଦରଖାସ୍ତ ଗ୍ରହଣ କରିଥିଲେ, ହେଲେ ସେସବୁକୁ  ଯାଞ୍ଚ୍ ନକରି ଆବେଦନପତ୍ର ଥିବା ବାକ୍ସକୁ ଫିଙ୍ଗି ଦିଆଯିବା ସହ ନିଆଁ ଲଗାଇ ଦେଇଛନ୍ତି ସ୍ଥାନୀୟ ଲୋକେ। ଏହାର ପ୍ରତିବାଦ କରିବାରୁ କିଛି ଆବେଦନପତ୍ରକୁ ପୁଣି ସଂଗ୍ରହ କରିଥିବାରୁ ଗରିବଙ୍କ ଆଶା ଆକାଂକ୍ଷାକୁ ହତ୍ୟା କରିବାକୁ ସେମାନେ କିଏ ବୋଲି ପୃଥ୍ୱୀ ରାଜ ପ୍ରଶ୍ନ ଉଠାଇଛନ୍ତି।

ସେପଟେ ପୃଥ୍ୱୀରାଜଙ୍କ ଏଭଳି ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ଏହା ସାଂଘାତିକ କାର୍ଯ୍ୟ, ଯଦି ହୋଇଥାଏ, ତେବେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

 

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like