• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

କଟକ: କଟକ ବଡ ମେଡିକାଲରୁ ହାଇଦର ଖସି ପଳାଇବା ଘଟଣାକୁ ନେଇ ମୁହଁ ଖୋଲିଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଡିଜିପି ପ୍ରକାଶ ମିଶ୍ର। ହାଇଦର ଖସିବା ପଛରେ ବଡ଼ ହାତ ରହିଛି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ପୂର୍ବତନ ଡିଜିପି।

ହାଇଦର ଫେରାର ଘଟଣାକୁ  ନେଇ ସରକାରଙ୍କୁ କଡ଼ା ସମାଲୋଚନା କଲା ବିଜେପି। ପ୍ରେସମିଟରେ ପୂର୍ବତନ ଡିଜିପି, ବରିଷ୍ଠ ନେତା ପ୍ରକାଶ ମିଶ୍ର ସମାଲୋଚନା କରି କହିଛନ୍ତି, ହାଇଦର ଖସିବା ପଛରେ ବଡ଼ ଷଡ଼ଯନ୍ତ୍ର ରଚାଯାଇଛି।  ଜେଲ୍ କର୍ତ୍ତୃପକ୍ଷ, ମେଡିକାଲ୍ କର୍ତ୍ତୃପକ୍ଷ ଓ ପୋଲିସ, ଏହି ୩ ବିଭାଗର ହାତ ନରହିଲେ ଏଭଳି ଘଟଣା ସମ୍ଭବ ହୋଇପାରିବ ନାହିଁ । ତେବେ ଏହି ୩ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଆଉ ଗୋଟିଏ ବଡ଼ ହାତ ଥାଇପାରେ।  ସେ କିଏ ବୋଲି ପ୍ରଶ୍ନ କରିଛନ୍ତି ପ୍ରକାଶ।

ଏଥିସହ ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ଏତେ ବଡ଼ ଘଟଣା ଘଟିବା ଉଦ୍‌ବେଗଜନକ ବୋଲି କଟାକ୍ଷ କରିଛନ୍ତି ପ୍ରକାଶ।  ଜେଲ୍ ଓ ପୋଲିସ ଗୃହ ବିଭାଗ ଅଧୀନରେ ଆସୁଥିବା ବେଳେ, ଏହି ବିଭାଗକୁ ନିଜ ଅଧୀନରେ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଯାଏଁ କୌଣସି ସମୀକ୍ଷା ନକରିବା ଓ ଲୋକଙ୍କ ସାମ୍ନାରେ ଉତ୍ତର ନରଖିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

ଏଥିସହ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି ପ୍ରକାଶ ମିଶ୍ର । ସେ ପଚାରିଛନ୍ତି, ଦୁର୍ଦ୍ଦାନ୍ତ ଅପରାଧୀକୁ ବାରମ୍ବାର କାହିଁକି ସମ୍ବଲପୁରରୁ କଟକ ଅଣାଯାଉଥିଲା? କିଏ ତାକୁ ବୁର୍ଲାରୁ କଟକକୁ ରେଫର୍ କରିଥିଲେ ଏବଂ କଟକରେ ସେ ପ୍ରକୃତରେ ଚିକିତ୍ସିତ ହେଉଥିଲେ କି ନାହିଁ? ତାଙ୍କୁ କ୍ୟାବିନ୍ ହଠାତ୍ କେମିତି ମିଳିଲା ଏବଂ ଏଥିପାଇଁ କିଏ ସୁପାରିଶ କରିଥିଲେ? ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ପାଇଁ କାହିଁକି ଏତେ ସମ୍ବେଦନଶୀଳତା? କିଡ୍‌ନୀ ସମସ୍ୟା ଥାଇ ହାଇଦର୍ ବିରିୟାନୀ ଖାଉଥିଲା କେମିତି? ଫେରାର୍ ହେବାର ୩ ଘଣ୍ଟା ପର ଯାଏଁ   ସ୍ଥାନୀୟ ପୋଲିସ ଜାଣିପାରିଲା ନାହିଁ କେମିତି ?

ଚେକ୍ ଗେଟ୍ ପାରି ହେଲା ପରେ ଯାଇ ଜଣାଯିବାକୁ ଯୋଜନା ଥିଲା କି? କାହାକୁ ନଜଣାଇ ତାକୁ ଖସାଇଦେବାକୁ ସୁଯୋଗ ଦିଆଯାଇଥିଲା କି? ଏନେଇ ସ୍ପଷ୍ଟୀକରଣ ରଖାଯିବା ଦରକାର ବୋଲି ସେ କହିଛନ୍ତି । ତେବେ ଏହି ଘଟଣାରେ ୬ଟି କନଷ୍ଟେବଲଙ୍କୁ ସସପେଣ୍ଡ କରି ଚୁପ୍ ରହିବା ଲଜ୍ଜାଜନକ ବୋଲି ସେ କହିଛନ୍ତି।

ସୂଚନାଥାଉ କି, ଗ୍ୟାଙ୍ଗଷ୍ଟର ହାଇଦରକୁ ଜଗିଥିବା ପୋଲିସ୍‌ କର୍ମଚାରୀ ହୋଟେଲ ଛାଡ଼ିଛନ୍ତି। ହାଇଦରକୁ ଜଗିଥିବା ଏହି ୬ ପୋଲିସ୍‌ କର୍ମଚାରୀ କଟକ ମଙ୍ଗଳାବାଗ ସ୍ଥିତ ଅହଲ୍ୟା ହୋଟେଲ୍‌ରେ ରହୁଥିଲେ।  ସେପଟେ ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବକୁ ପୋଲିସ୍ ରିମାଣ୍ଡରେ ନେଇଛି‌।  ଗତକାଲି ୟାକୁବକୁ କଟକ ସିଟି JMFC କୋର୍ଟରେ ହାଜର କରାଯାଇଥିଲା। ହାଇଦର ଫେରାର ଘଟଣାରେ ଅଧିକ ଖୋଳତାଡ଼ ପାଇଁ ପୋଲିସ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା।  ଏସ୍‌ସିବିରୁ ଚିକିତ୍ସାଧୀନ ଅବସ୍ଥାରେ କିଭଳି ଚମ୍ପଟ ମାରିଲା ହାଇଦର, ଏଥିରେ କେଉଁମାନେ ସଂପୃକ୍ତ, ସେନେଇ ପୋଲିସ ଖୋଳତାଡ଼ କରିବ।

Bjp-leader-prakas-mishra-targets-state-govt-for-hidar-escape-case
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories