ବିଜେପି ନେତାଙ୍କୁ ବାଡ଼େଇ ବାଡ଼େଇ ମାରିଦେଲେ

ସାଇଡ୍‌ ମରାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ନୂଆସାହିରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ବିଜେପିର ବାଲେଶ୍ୱର ଜିଲ୍ଲା ଯୁବ ମୋର୍ଚ୍ଚା ପ୍ରଭାରୀ ରଞ୍ଜିତ ପ୍ରଧାନଙ୍କୁ ବାଡ଼େଇ ବାଡ଼େଇ ମାରିଦେଇଛନ୍ତି ଦୁର୍ବୃତ୍ତ। ଗାଡ଼ି ସାଇଡ୍ ମାରିିବାକୁ କେନ୍ଦ୍ର କରି ବିଚ୍ ରାସ୍ତାରେ ରଞ୍ଜିତଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ନୂଆସାହିରେ ରଞ୍ଜିତଙ୍କ ଶ୍ୱଶୁର ଘର ପାଖରେ ଗାଡ଼ି ସାଇଡ୍ ମରାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ୪ ଜଣ ଯୁବକ ରଞ୍ଜିତଙ୍କୁ ଘୋଷାରି ଆଣି ନିସ୍ତୁକ ବାଡ଼େଇଥିଲେ। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି।

You might also like