ଜୁଏଲଙ୍କ ପ୍ରଶ୍ନ; ସୁରତ ଟ୍ରେନ୍‌ ବାତିଲ୍‌ ନିର୍ଦ୍ଦେଶ ଦେଲା କିଏ ?

ଭୁବନେଶ୍ୱର: ସୁରତ ଟ୍ରେନ୍‌ ବାତିଲ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ଜୁଏଲ ଓରାମ। ହାଇକୋର୍ଟ ଅର୍ଡର କଥା ନିଜେ ଆଇନ ମନ୍ତ୍ରୀ ଜାଣି ନଥିବାବେଳେ ଟ୍ରେନ ବାତିଲ ଆଦେଶ କିଏ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଟେଷ୍ଟ କଥା ଲୋକଙ୍କୁ ଆଗରୁ କହିଥିଲେ ସେମାନେ ଟେଷ୍ଟ କରି ଆସିଥାନ୍ତେ। ଏବେ ସେମାନଙ୍କ ପାଖରୁ ଟଙ୍କା ସରିବା ପରେ ଟେଷ୍ଟ କଥା କହୁଛନ୍ତି। ସେଠାରେ ଥିବା ଲୋକଙ୍କ କଥା କିଏ ବୁଝିବ ବୋଲି ହାଇକୋର୍ଟ କୁହନ୍ତୁ ବୋଲି ଜୁଏଲ କହିଛନ୍ତି।

ସେପଟେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ଶ୍ରମିକଙ୍କୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ପ୍ରବାସୀଙ୍କ ଆକାଉଣ୍ଟରେ ତୁରନ୍ତ ୫ ହଜାର ଜମା କରିବାକୁ ସେ ଦାବି କରିଛନ୍ତି।

ସେପଟେ ବିନା ଟେଷ୍ଟରେ ପ୍ରବାସୀଙ୍କୁ ଓଡ଼ିଶା ନଆଣିବା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟଶାସନ ସଚିବଙ୍କୁ ଗତକାଲି ଚିଠି ଲେଖିଥିଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରବାସୀମାନେ ଯେଉଁ ରାଜ୍ୟରେ ଥିବେ ସେଠାରେ ପ୍ରଥମେ ସେମାନଙ୍କର ଟେଷ୍ଟକରାଯିବ। ଯଦି ନେଗେଟିଭ ବାହାରନ୍ତି, ତେବେ ସେମାନଙ୍କୁ ଓଡିଶା ଅଣାଯିବ ବୋଲି ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି।

You might also like