ସହାୟତା ଲାଗି ଆଗେଇ ଆସିଲେ ଧର୍ମେନ୍ଦ୍ର, ପ୍ରତାପ ଓ ବୈଜୟନ୍ତ

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁଁ ବାହାର ରାଜ୍ୟରେ ଫସିଥିବା ଓଡ଼ିଆ ଶ୍ରମିକ ଏବେ ଦୟନୀୟ ଅବସ୍ଥାରେ ରହିଛନ୍ତି। କରୋନା ଭୂତାଣୁଠାରୁ ଅଧିକ କଷ୍ଟ ଦେଉଛି ଡ଼ହ ଡ଼ହ ଖରାରେ ଶହ ଶହ କିଲୋମିଟର ଚାଲି ଚାଲି ଆସିବା।

ଏନେଇ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ନିଜସ୍ୱ ସ୍ତରରେ ବିଭିନ୍ନ ରାଜ୍ୟ ସରକାର ଓ ପ୍ରବାସୀ ଓଡ଼ିଆ ସମାଜଙ୍କ ସହାୟତା ଲୋଡ଼ିଛନ୍ତି।

ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ପ୍ରଶାସନ ଓ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରାଯାଉଥିବା ଏବଂ ବରିଷ୍ଠ ବିଜେପି ନେତାଙ୍କ ସହ ଭିଡିଓ କନ୍‌ଫରେନ୍ସରେ ଆଲୋଚନା କରିଥିବା ଧର୍ମେନ୍ଦ୍ର ଟ୍ୱିଟ୍‌ କରିଛନ୍ତି ।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ନିଜ ସ୍ତରରେ ରାଜସ୍ଥାନ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟ ସରକାର ଓ ପ୍ରବାସୀ ଓଡ଼ିଆ ସମାଜଙ୍କ ସହ ଯୋଗାଯୋଗରେ ଥିବା ଟ୍ୱିଟ୍‌ କରିଛନ୍ତି। ଏହାର ଜବାବରେ ଦିଲ୍ଲୀ ଓ ବେଙ୍ଗଲୁରୁରୁ ସହାୟତାର ପ୍ରତିଶ୍ରୁତି ମିଳିଛି।

You might also like