‘ଭୟଙ୍କର ସ୍ଥିତିରେ ଟ୍ଵିନ ସିଟି, ଅଯୋଗ୍ୟ ଅଫିସରଙ୍କ ହାତରେ ରହିଛି କୋଭିଡ ଦାୟିତ୍ଵ’

ଭୁବନେଶ୍ବର: କଟକ ଏବଂ ଭୁବନେଶ୍ବରରେ କରୋନା ଅବସ୍ଥା ଭୟଙ୍କର ସ୍ଥିତିରେ ରହିଛି। ଗତ ୮ରୁ ୧୦ ଦିନ ହେବ ସ୍ଥିତି ସଂଗୀନ ହେଉଥିଲେ ବି ରାଜ୍ୟ ସରକାରଙ୍କ ଚେତା ପଶିଲା ଭଳି ମନେ ହେଉନି ବୋଲି କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର।

ସେ ଆହୁରି କହିଛନ୍ତି ଯେ, ଟ୍ଵିନ ସିଟିରେ ଯେଉଁମାନେ ହସ୍ପିଟାଲ୍ ପରିଚାଳନା କରୁଛନ୍ତି ସେଠି ବେଡ୍ କୁ ଗୁରୁତ୍ତ୍ୱ ଦିଆଯାଉନି। ସମାଧାନ ନକରି ପୋଲିସ DGଙ୍କୁ କହୁଛନ୍ତି ଅମାନିଆଙ୍କୁ ସାବାଡ୍ କରନ୍ତୁ। ଏ ସମୟରେ ପୋଲିସ ଭଲ କାମ କରୁଛି, ଥାନାରେ ପୋଲିସ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ। କେହି ମୃତ୍ୟୁ ବରଣ କଲେଣି। କେତେକ ଅଯୋଗ୍ୟ ଅଫିସରଙ୍କ ଦାୟିତ୍ୱ ଦିଆଯାଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ବିଜୟ ମହାପାତ୍ର।

କେବଳ ଏତିକି ନୁହେଁ କରୋନା ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଭୁଲ୍ ତଥ୍ୟ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ସଂଗରୋଧରେ ଥିବା ଲୋକଙ୍କ ଲାଗି ବ୍ୟବସ୍ଥା ଗ୍ରହଣ କରାଯାଉ। ଟ୍ଵିନ ସିଟିରେ ଆହୁରି ୧୦୦୦ ବେଡ୍ ପ୍ରସ୍ତୁତ ରଖିବାକୁ ସେ ଦାବି କରିଛନ୍ତି। ସେପଟେ ବିଜେଡି ଏ ନେଇ ପ୍ରତିକ୍ରିୟା ରଖିଛି। ଏସମୟ ରାଜନୀତିକରଣ କରିବା ନୁହେଁ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

‘ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି ’

ବ୍ରହ୍ମପୁରରୁ ଦୁବାଇକୁ ଲମ୍ବିଛି IPL ବେଟିଂ, ଜବତ ହେଲା ଲକ୍ଷାଧିକ ଟଙ୍କା

You might also like