‘ପ୍ରବାସୀଙ୍କ ପାଇଁ ବ୍ୟବସ୍ଥା କର, ନହେଲେ ଆଗକୁ ସମସ୍ୟା ଭୟଙ୍କର ହେବ’

ଭୁବନେଶ୍ୱର: ରାଜ୍ୟକୁ ପ୍ରବାସୀ ଓଡ଼ିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ଆଗକୁ ସମସ୍ୟା ଭୟଙ୍କର ହେବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରାଜ୍ୟକୁ ୭ରୁ ୮ ଲକ୍ଷ ପ୍ରବାସୀ ଓଡ଼ିଆ ଆସିଲେ କ୍ୱାରେଣ୍ଟାଇନରେ ରହିବେ। ଗ୍ରାମାଞ୍ଚଳରେ ଥିବା ସମସ୍ତ ସରକାରୀ ଘର ଓ କଲେଜରେ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥା କରାଯାଉ। ଆସିବା ପରେ ସେମାନଙ୍କ ଜୀବିକା ପାଇଁ  ଯୋଜନା ହେଉ। MGNREGAରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧ ଲକ୍ଷ ୬୧ ହଜାର ଏବଂ ୨୦୧୯-୨୦ରେ ୪୭ ହଜାର ଲୋକଙ୍କୁ ଶହେ ଦିନର କାମ ଦେଇଥିଲେ।  ଏବେ ଫେରୁଥିବା ୭ ଲକ୍ଷ ଲୋକଙ୍କୁ କାମ କେମିତି ଦେବେ ବୋଲି କହିଛନ୍ତି ବିଜୟ ମହାପାତ୍ର।

ଏଥିଲାଗି ସରକାର ସମ୍ବେଦନଶୀଳ ହୋଇ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରନ୍ତୁ। ଯେଉଁ ରାଜ୍ୟରେ ଶ୍ରମିକ ଫସି ରହିଛନ୍ତି ସେ ରାଜ୍ୟ ସହ କଥା ହୋଇ ସେଠାରେ ବନ୍ଦ କାରଖାନା ଖୋଲିବା ବ୍ୟବସ୍ଥା କରନ୍ତୁ। ଅର୍ଥନୀତି ଚଳଚଞ୍ଚଳ ନହେଲେ ସ୍ଥିତି ଭୟଙ୍କର ହେବ ବୋଲି ସେ କହିଛନ୍ତି।

ଅନ୍ୟପଟେ ରାଜ୍ୟକୁ ଓଡ଼ିଆଙ୍କ ଆଗମନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପରିବହନମନ୍ତ୍ରୀ ପଦ୍ମନାଭ ବେହେରା। ସମସ୍ତ ଲୋକେ ଫେରିବାକୁ ବ୍ୟଗ୍ର ସେମାନଙ୍କ ପାଇଁ ପୃଥକବାସ ବ୍ୟବସ୍ଥା କରାଯାଉଛି। ସେମାନଙ୍କୁ କାମ ଦେବାରେ ଅସୁବିଧା ହେବନି। ଲକଡାଉନ ଉଠିବା ପରେ ପ୍ରବାସୀଙ୍କୁ ବସ୍‌ରେ ଆଣିବା ବ୍ୟବସ୍ଥା ହୋଇପାରେ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

You might also like