କରୋନା ଟେଷ୍ଟ ଓ ପଜିଟିଭ୍ ଘୋଷଣାରେ ତ୍ରୁଟି ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ବେଶ୍ ଗମ୍ଭୀର ରହିଛି। ଏଭଳି ସମୟରେ କରୋନା ଟେଷ୍ଟ ଏବଂ ପଜିଟିଭ୍ ଘୋଷଣାରେ ତ୍ରୁଟି ରହୁଥିବା ଅଭିଯୋଗ କରି ସରକାରଙ୍କୁ ନିଶାନା ସାଧିଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର।

ରାଜ୍ୟ ସରକାର ବେଡ୍‌ର ସଂଖ୍ୟା କମ୍‌ ଥିବାରୁ ପଜିଟିଭି ଏବଂ ନେଗେଟିଭରେ ତାଳମେଳ ରହୁନି ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ଭୃଗୁ। ରାଜ୍ୟ ସରକାର ଖାମଖିଆଲି  ଭାବେ ପଜିଟିଭ ନେଗଗେଟିଭ୍ ଦେଖାଯାଉଥିଲେ ସ୍ଥିତି ଭୟାବହ ହେବ ବୋଲି ସେ ଚେତାଇ ଦେଇଛନ୍ତି।

ଗଞ୍ଜାମରେ ବି ସ୍ଥିତି ଉଦବେଗଜନକ ରହିଛି। ଯାହା ଲୋକଙ୍କ ମନରେ ସନ୍ଦେହ ଥିଲା ତାହା ହେଉଛି। ମୂଳ ଦାବି ଥିଲା ଟେଷ୍ଟିଂ ସେଣ୍ଟର ବ୍ରହ୍ମପୁରରେ କରାଯାଉ କିନ୍ତୁ କରାଗଲାନି। ଉଚିତ ସମୟରେ ଉଚିତ ପଦକ୍ଷେପ ନେଇଥିଲେ ଏ ସ୍ଥିତି ଆଜି ନଥାନ୍ତା ବୋଲି ଭୃଗୁ କହିଛନ୍ତି। ପ୍ରତି ସବଡିଭିଜନରେ ଏକ ହଜାର ବେଡ୍ ବିଶିଷ୍ଟ କୋଭିଡ ହସ୍ପିଟାଲ କରିବାକୁ ଦାବି ଥିଲା, କିନ୍ତୁ ହେଲାନି ବୋଲି କହି ଟାର୍ଗେଟ ସରକାରଙ୍କୁ ଘେରିଛନ୍ତି ଭୃଗୁ ବକ୍ସିପାତ୍ର ।

ସେପଟେ କୋଭିଡ ପରିଚାଳନାରେ ତ୍ରୁଟି ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର। ନୂଆ ପ୍ରକାର ରୋଗରେ ମୃତ୍ୟୁ କିଭଳି ରୋକାଯାଇପାରିବ ତାହା ଗୁରୁତ୍ୱପୂର୍ଣ୍ଣ। ଆର୍ଟିପିସିଆରରେ ଠିକ ହେଉଛି। ଟେଷ୍ଟ କୋଡିଙ୍ଗ ବି ଠିକ୍‌ ହେଉଛି। ବିରୋଧୀଙ୍କ ଅଭିଯୋଗ ଅବାସ୍ତବ। ପରିଚାଳନାରେ ତ୍ରୁଟି ନାହିଁ ବୋଲି ଦେବୀ ମିଶ୍ର କହିଛନ୍ତି। ICMR ଗାଇଡଲାଇନ ଅନୁସାରେ ଟେଷ୍ଟ ହେଉଛି ବୋଲି କହିଛନ୍ତି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

You might also like