କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିରୋଧ ଆଶଙ୍କାରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତିଙ୍କୁ ଅଟକ ରଖାଯାଇଛି।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାକାଳପଡ଼ା ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ଆଶଙ୍କା କରି ପୁଲିସ୍ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁଙ୍କୁ ଅଟକ ରଖିଛି।
ବିଜେପି ପକ୍ଷରୁ କଳା ପତାକା ପ୍ରଦର୍ଶନ କରିବାକୁ ଯୋଜନା ଥିବା ନେଇ ପୁଲିସ୍କୁ ଖବର ମିଳିବା ପରେ ଅଟକ ରଖିଥିବା ସୂଚନା ମିଳିଛି।
ମୁଖ୍ୟମନ୍ତ୍ରୀ ଆଜି ମହାକାଳପଡ଼ା ବ୍ଲକ୍ର ପେଟଛେଲାଠାରେ ବୃହତ୍ ପାନୀୟଜଳ ପ୍ରକଳ୍ପ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି।