କୃଷି ଓ ଚାଷୀଙ୍କ ଋଣ ସମସ୍ୟାକୁ ନେଇ ବିଜେପିର ପରାଜୟ ହେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : କୃଷି ଓ ଚାଷୀଙ୍କ ଋଣ ସମସ୍ୟାକୁ ନେଇ ବିଜେପିର ପରାଜୟ ହେଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ସ୍ୱାମୀନାଥନ କମିଟି ରିପୋର୍ଟର ସୁପାରିଶକୁ ଲାଗୁ କରିବାରେ କେନ୍ଦ୍ର ଅବହେଳା କରିବା ଦ୍ୱାରା ଦଳକୁ କୃଷିଭିତ୍ତିକ ରାଜ୍ୟରେ ବିଜେପିକୁ ଏଭଳି ଦଶା ଭୋଗିବାକୁ ପଡିଲା ବୋଲି କହିଛନ୍ତି ନବୀନ।

ଏହା ଦେଶର ମୁଡ୍ ବୋଲି ନବୀନ ମତ ଦେଇଛନ୍ତି। ବିଜେଡି ଏବେବି କଂଗ୍ରେସ ଓ ବିଜେପିଠାରୁ ସମଦୂରତା ନୀତିରେ କାଏମ୍ ରହିଛି ବୋଲି ନବୀନ କହିଛନ୍ତି। ତାସହିତ ଛତିଶଗଡ଼ରେ କଂଗ୍ରେସ ସରକାର ଆସିବା ପରେ ମହାନଦୀ ଜଳବିବାଦର ସମାଧାନ ହେବା ନେଇ ସେ ଆଶାବାଦୀ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

You might also like