ବୋଥ୍ରାଙ୍କ ନାଁରେ ମାମଲା ହେଉ’ ! SITର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ
ନୟାଗଡ଼: ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତକୁ କୋର୍ଟରେ ସାବାଳକ ଦର୍ଶାଯାଇଥିବାରୁ ଏସଆଇଟି ଉପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବର୍ଷିଛନ୍ତି । ସେ ଟ୍ୱିଟ୍ କରି ଏସଆଅଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ଟାର୍ଗେଟ କରିବା ସହ ଏସଆଇଟିର ପାରିବାପଣିଆ ଉପରେ ପ୍ରଶ୍ନ କରିଛନ୍ତି । ମାଟ୍ରିକ ସାର୍ଟିଫିକେଟରେ ଜନ୍ମ ତାରିଖ ଥିବା ସତ୍ତ୍ୱେ କେଉଁ କାରଣ ପାଇଁ ଏସଆଅଇଟି ଅଭିଯୁକ୍ତକୁ ସାବାଳକ ଦର୍ଶାଇଥିଲା।
ଏପରି ଘଟଣାକୁ ବେଆଇନ୍ ଦର୍ଶାଇ ଅରୁଣ ବୋଥ୍ରାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ସେ ଦାବି କରିଛନ୍ତି। ଅଙ୍ଗ ତସ୍କରିକୁ ଲୁଚାଇବା ପାଇଁ ଏସଆଇଟି ମନଗଢା କାହାଣୀ କହୁଥିବା ପ୍ରଦୀପ୍ତ ନାୟକ ଟ୍ୱିଟ୍ କରି କହିଛନ୍ତି।ମନ୍ତ୍ରୀ ଅରୁଣ ସାହୁ ଓ ବିଜେଡିକୁ ରକ୍ଷା କରିବା ପାଇଁ ଉଦ୍ୟମ କରାଯାଉଛି । ବିନା ପ୍ରମାଣରେ ଜଣେ ଦଳିତ ନାବାଳକକୁ ଫସାଇ ଦିଆଯାଇଛି ।
ଅଙ୍ଗ ତସ୍କରୀକୁ ଲୁଚାଇବା ପାଇଁ ମନଗଢ଼ା କାହାଣୀ କହୁଛି ଏସଆଇଟି। ତେବେ ଏସଆଇଟି ତଦନ୍ତକୁ ନାବାଳିକାର ବାପା ମାଆ ବିଶ୍ୱାସ କରୁନାହାନ୍ତି।ସାଧାରଣ ଲୋକଙ୍କ ଭିତରେ ଏସଆଇଟିର ବିଶ୍ୱସନୀୟତା ଆଉ ନାହିଁ। ଘଟଣାର ସଠିକ ତଦନ୍ତ ପାଇଁ ସିବିଆଇ ହାତକୁ କେସ୍ ହସ୍ତାନ୍ତର କରାଯାଉ ବୋଲି ସେ କହିଛନ୍ତି। ଅନ୍ୟପଟେ ଏନେଇ SITର ପ୍ରତିକ୍ରିୟା ମିଳିପାରିନାହିଁ ।
SITକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ । କାହିଁକି SIT ଜଣେ ନାବାଳକକୁ ସାବାଳକ ଦେଖାଇବାକୁ ଚେଷ୍ଟା କରୁଥିଲେ । ମାଟ୍ରିକ ପାସ୍ ସାର୍ଟିଫିକେଟର ଜନ୍ମ ପ୍ରମାଣ ସତ୍ତ୍ୱେ ଅଦ୍ଭୁତ କାରଣ ଦର୍ଶାଇଲେ । ଏହା ବେଆଇନ, ଅରୁଣ ବୋଥ୍ରାଙ୍କ ବିରୋଧରେ ଫୌଜଦାରୀ ମାମଲା ହେଉ । #Odisha #PradiptaKumarNaik pic.twitter.com/JaN5rdFkeM
— ଓଟିଭି (@otvkhabar) January 6, 2021
ସୂଚନାଯୋଗ୍ୟ ଗତକାଲି ନୟାଗଡ଼ କୁନିଝିଅ ହତ୍ୟା ମାମଲାରେ SITକୁ ଶକ୍ତ ଝଟ୍କା ଲାଗିଥିଲା । ଯଦୁପୁର ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ନାବାଳକ ବୋଲି ଦର୍ଶାଇଥିଲେ ପୋକ୍ସୋ କୋର୍ଟ। ଗତକାଲି ନୟାଗଡ଼ ପୋକ୍ସୋ କୋର୍ଟ ଏ ସଂକ୍ରାନ୍ତୀୟ ମାମଲାର ବିଚାର କରି ସଂପୃକ୍ତ ଅଭିଯୁକ୍ତକୁ ନାବାଳକ ବୋଲି କହିଥିଲେ ।