‘୨୪ ଘଣ୍ଟାରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ’

ମହିଳା କମିଶନ ସଦସ୍ୟାଙ୍କୁ ବିଧାୟକଙ୍କ ଦୁର୍ବବ୍ୟହାର ଘଟଣା

ଭୁବନେଶ୍ୱର: ମହିଳା କମିଶନ ସଦସ୍ୟା ତିଲୋତ୍ତମା ନାୟକଙ୍କୁ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଦୁର୍ବବ୍ୟହାର ପ୍ରସଙ୍ଗକୁ ନେଇ ଏବେ ରାଜନୀତି ଜୋର ଧରିଛି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି ଦଳର ମହିଳା ମୋର୍ଟ୍ଟା ।

ଦଳର ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରଶ୍ନ କରିଛନ୍ତି, ସାମ୍ବିଧାନିକ ପଦବୀରେ ଥିବା ମହିଳା କମିଶନ ସଦସ୍ୟାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ  ନେଉନଥିବା ମୁଖ୍ୟମନ୍ତ୍ରୀ ସାଧାରଣ ମହିଳାଙ୍କୁ  ନ୍ୟାୟ  ଦେଇ ପାରିବେ ତ । ଖୋଦ ତିଳୋତ୍ତମା ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ । ହେଲେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।

୨୪ ଘଣ୍ଟା ଭିତରେ ପ୍ରଣବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ବିଜେପି ମହିଳା ମୋର୍ଚ୍ଚା ରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଇଛି । ଏ ନେଇ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

You might also like