‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଭୁବନେଶ୍ୱର: ରାଜ୍ୟର ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଥିବା ବେଳେ ସରକାରୀ ଘୋଷଣାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ କଥା ମନେପଡ଼େ ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ।

ବିଜେପୁର ଉପନିର୍ବାଚନ ବେଳେ ଯାହା ଘୋଷଣା କରିଥିଲେ ତାହା ଏପର୍ଯ୍ୟନ୍ତ ହେଲା ନାହିଁ। ବିଜେଡିର ଚେହେରା ଓ ତାଙ୍କ ନେତାଙ୍କ ଚେହେରା ଲୋକେ ଜାଣିସାରିଲେଣି ଓ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନରେ ଲୋକେ ଏହାର ଜବାବ ଦେବେ ବୋଲି କହିଛି ବିଜେପି।

ସେପଟେ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି। ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଜଗତସିଂହପୁର ତିର୍ତ୍ତୋଲରେ ପୋଲ ନିର୍ମାଣ ପାଇଁ ଟେଣ୍ଡର ଡାକିବା ଘଟଣା ଭୋଟରଙ୍କୁ ଭୁତେଇବା ପାଇଁ ଏ ଘୋଷଣା ବୋଲି କହିଛନ୍ତି କଂଗ୍ରେସ ନେତା ସୁରେଶ ରାଉତରାୟ। ବିଜେପି ଓ କଂଗ୍ରେସର ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

You might also like