ପୂର୍ବତନ BJD କର୍ପୋରେଟର ରଞ୍ଜିତା ବିଶ୍ୱାଳ ପୁଣି ଗିରଫ

ପୂର୍ବରୁ ଡି ବ୍ରଦର୍ସ ଲିଙ୍କ୍‌ରେ ଗିରଫ ହୋଇଥିଲେ ରଞ୍ଜିତା

କଟକ (ବିବର୍ତ୍ତନ ପଣ୍ଡା) : କଟକ ମ୍ୟୁନିସିପାଲ କର୍ପୋରେସନ(CMC)ର ପୂର୍ବତନ BJD କର୍ପୋରେଟର ରଞ୍ଜିତା ବିଶ୍ୱାଳ ପୁଣି ଗିରଫ। ବେଆଇନ ବନ୍ଧୁକ ରଖିଥିବା ଏବଂ ଆଗାମୀ ନିର୍ବାଚନରେ ବିଶୃଙ୍ଖଳା କରିବାକୁ ଯୋଜନା କରୁଥିବା ଅଭିଯୋଗରେ ରଞ୍ଜିତାଙ୍କୁ ଗିରଫ କରିଛି ପୁଲିସ।

ଚାଉଳିଆଗଞ୍ଜ ଥାନା ଏବଂ ସ୍ପେଶାଲ ସ୍କ୍ୱାଡ଼ ଗତକାଲି ବିଳମ୍ବିତ ରାତିରେ ରଞ୍ଜିତାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତିା ରଞ୍ଜିତାଙ୍କ ନିକଟରୁ ଦୁଇଟି ବନ୍ଧୁକ ଏବଂ ୪ ଟି ଗୁଳି ଜବତ କରିଛି ପୁଲିସ। ରଞ୍ଜିତାଙ୍କ ସମେତ ଧଳ ସାମନ୍ତ ବ୍ରଦର୍ସଙ୍କ ସହଯୋଗୀ ଆଲୋକ ପୃଷ୍ଟିଙ୍କୁ ବେଆଇନ ବନ୍ଧୁକ ରଖିବା ମାମଲାରେ ପୁଲିସ ଗିରଫ କରି ପଚରାଉଚରା କରିବା ପରେ ରଞ୍ଜିତାଙ୍କ ନା ସାମନାକୁ ଆସିଥିବା ପୁଲିସ କହିଛି।

ଆଲୋକ ପୃଷ୍ଟିଙ୍କ ନିକଟରୁ ପୁଲିସ ଗୋଟିଏ ବନ୍ଧୁକ ଏବଂ ଗୁଳି ଜବତ କରିଛି। ତେବେ ଉଭୟଙ୍କୁ ପୁଲିସ ପଚରା ଉଚରା କରିବା ପରେ ଆଜି କୋର୍ଟରେ ହାଜର କରାଇଥିଲା। ଏସଡ଼ିଜେଏମ ଉଭୟଙ୍କୁ ବେଆଇନ ବନ୍ଦୁକ ରଖିବା ଅଭିଯୋଗରେ ଚୌଦ୍ୱାର ଜେଲକୁ ପଠାଇଦେଇଛନ୍ତି। ପୂର୍ବରୁ ଡ଼ି-ବ୍ରଦର୍ସ ଲିଙ୍କ୍‌ ଅଭିଯୋଗରେ ରଞ୍ଜିତା ଗିରଫ ହୋଇ ଜାମିନରେ ଆସିଥିଲ।

You might also like