• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କରୋନାଠୁ ବଡ଼ ମହାମାରୀ ବେକାରୀ ସମସ୍ୟା
ରାଜ୍ୟରେ ପ୍ରିୟାପ୍ରୀତିରେ ନିଯୁକ୍ତି ଚାଲିଛି
ରାଜ୍ୟକୁ ଫେରିଥିବା କେତେ ପ୍ରବାସୀଙ୍କୁ ନିଯୁକ୍ତି ମିଳିଛି?: ମୋହନ
ବେକାରୀ ସମସ୍ୟା ରାଜ୍ୟରେ ସୀମା ଟପିଯାଇଛି:ନରସିଂହ
ମୋହନଙ୍କ ଅଭିଯୋଗର ଜବାବ ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀଠାରୁ ବଡ ମହାମାରୀ ହେଉଛି ରାଜ୍ୟର ବେକାରୀ ସମସ୍ୟା । ବେକାରୀ ପ୍ରସଙ୍ଗକୁ ନେଇ ମୁଲତବି ଆଲୋଚନା ସମୟରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏଭଳି ବିବୃତି ରଖିଛନ୍ତି । ସେ ଅଭିଯୋଗ କରିଛନ୍ତି , ରାଜ୍ୟରେ ପ୍ରିୟାପ୍ରୀତିରେ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ୧୮ ଲକ୍ଷ ଯୁବକ ଯୁବତୀ ରାଜ୍ୟରେ ବେକାର ହୋଇ ବୁଲୁଥିବା ବେଳେ ରାଜ୍ୟ ସରକାର ଅବସର ପ୍ରାପ୍ତ ଅଫିସରଙ୍କୁ ନିଯୁକ୍ତି ଦେଉଛନ୍ତି । ଅଳ୍ପ ଦରମାରେ ସେମାନଙ୍କୁ ନିଯୁକ୍ତି ଦିଆଯାଉଛି ।

ବର୍ତ୍ତମାନ ବେକାର ଯୁବକ ଯୁବତୀ ଭସ୍ଶାଷୁରରେ ପରିଣତ ହେଲେଣି । ‌ଆଉ ସେହିମାନେ ହିଁ ସରକାରଙ୍କୁ ବୁଡାଇ ଦେବେ । ୧୦ ଲକ୍ଷ ପ୍ରବାସୀ  ରାଜ୍ୟକୁ ଫେରିଲେ, ନା ତାଙ୍କର ସ୍କିଲ ମ୍ୟାପିଂ କରାଗଲା ଆଉ କେତେ ଜଣ ଙ୍କୁ ନିଯୁକ୍ତି ଦେଲେ ତାହା ଜଣାନାହିଁ । କିନ୍ତୁ ସେମାନେ ରାଜ୍ୟରେ ନିଯୁକ୍ତି  ପାଇ ବାଧ୍ୟ ହୋଇ ବାହାରକୁ ଫେରିଗଲେ । ଯେତିକି ଦକ୍ଷତା ବିକାଶ ତାଲିମ ଦିଆଯାଇଛି ସେଥି ମଧ୍ୟରୁ ୩୧ ପ୍ରତିଶତ ପିଲା ମାନେ ନିଯୁକ୍ତି ପାଇଁ ଅଯୋଗ୍ୟ । ଏଥିରୁ ଜଣାପଡୁଛିରାଜ୍ୟରେ ଦକ୍ଷତା ବିକାଶ ବିଭାଗ କିପରି କାର୍ଯ୍ୟ କରୁଛି  । ରାଜ୍ୟର ପିଲାଙ୍କ ଭିତରେ ଇଂରାଜୀ, ଗଣିତ, କମ୍ପ୍ୟୁଟର ଜ୍ଞାନର ଅଭାବ ରହୁଥିବାରୁ ନିଯୁକ୍ତି ମିଳୁନଥିବା କହି ସେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।

ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ରାଜ୍ୟରେ ବେକାରୀ ସମସ୍ୟା ସୀମା ଟପିଯାଇଛି ।ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ୨, ୩ ଲକ୍ଷ ହିସାବରେ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ମତଦାନ ପରେ କିଏ କାହାର ? ଏବେ ଲୋକେ ଚାକିରି ପାଉନାହାନ୍ତି।  ଦେଶରେ ବିଜେପି ଓ ରାଜ୍ୟରେ ବିଜେଡ଼ି ଲୋକଙ୍କୁ ଚାକିରି ଦେଇନପାରି ପ୍ରତିଶ୍ରୁତି ଭଙ୍ଗ କରିଛନ୍ତି ଏବଂ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇଛନ୍ତି । ଶାସକ ଦଳ ମିଛ କହି ଭୋଟ୍ ନେବାରେ ଓସ୍ତାଦ ବୋଲି ଏଥିରୁ ପ୍ରମାଣତ ହୋଇଛି ବୋଲି କହିଛନ୍ତି ନରସିଂହ ମିଶ୍ର ।

ସେପଟେ ଏ ପ୍ରସଙ୍ଗରେ ଜବାବ ରଖିଛନ୍ତି ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ସେ କହିଛନ୍ତି, ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସମେତ ଅଧିକରୁ ଅଧିକ କିପରି ନିଯୁକ୍ତି ପାଇବେ ସେ ଦିଗରେ ସରକାର ସବୁବେଳେ ଚେଷ୍ଟିତ ।

Bjp-congress-target-bjd-over-unemployment-issue
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories