• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

 

ଯାଜପୁର: ବ୍ଲକରେ ପିଡିଏସ୍ ସାମଗ୍ରୀ ଯୋଗାଣରେ ଅନିୟମିତତା ଅଭିଯୋଗରେ ଯାଜପୁର ଧର୍ମଶାଳା ବିଡିଓ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବି ଘଟଣାକୁ ନେଇ ଟ୍ୱିଟ୍ କରିଛନ୍ତି।

ଧର୍ମଶାଳା ବ୍ଲକର ଚୋରମୁହାଁ ଗାଁରେ ରମାଦେଇଙ୍କ ପକ୍କା ଘର ଥିବା ନେଇ ବିଡିଓ କୋର୍ଟଙ୍କୁ ଜଣାଇଛନ୍ତି। ହେଲେ ବାସ୍ତବାରେ ତାହା ସତ ନୁହେଁ। ରମାଦେଇଙ୍କ ଗୋଟିଏ ଚାଳ ଘର ରହିଛି। ତାହା ପୁଣି ଏବେ ଭାଙ୍ଗି ରୁଜି ଯାଇଛି। ରମାଦେଇଙ୍କ ଭଳି ଅନ୍ୟ କିଛି ହିତାଧିକାରୀ ବି ପକ୍କା ଘର ଖଣ୍ଡେ ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି। ହେଲେ ତାଙ୍କୁ ଏବେ ଯାଏ ଘର ଖଣ୍ଡିଏ ମିଳିନଥିବା ଅଭିଯୋଗ ହୋଇଛନ୍ତି।

ସେହିପରି ବିଡିଓ ଦାଖଲ କରିଥିବା ସତ୍ୟପାଠରେ ତଥ୍ୟ ସଠିକ୍ ନଥିବା ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା। ବିଭିନ୍ନ ଆଳ ଦେଖାଇ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ପାଇଁ ବିଡିଓ କୋର୍ଟରେ ସତ୍ୟପାଠ କରିଥିବା ସେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ କରିବାକୁ ସେ ଦାବି କରିଛନ୍ତି। ସେପଟେ ଏନେଇ ଧର୍ମଶାଳା ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନି।

https://youtu.be/vsw2vu9_aVY

 

Bjp-comes-up-with-corruption-allegations-against-dharmasala-bdo
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories