• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା ପ୍ରତିବାଦରେ ଆଜି ଖୋର୍ଦ୍ଧାରେ ବନ୍ଦ ଡାକରା ଦିଆଯାଇଛି।  ବିଜେପି ପକ୍ଷରୁ ଏହି ବନ୍ଦ ପାଳନ ହେଉଛି। ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି।

ଗୁଳିକାଣ୍ଡର ପ୍ରତିବାଦ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଟାଉନ ଥାନା ଆଗରେ ବିଜେପି କର୍ମୀ ଧାରଣା ଦେଇଛନ୍ତି।

ଗତକାଲି ରାତିରେ ଜଣେ ଦୁର୍ବୃତ୍ତ ବାଇକ୍‌ରେ ଆସି ଖୋର୍ଦ୍ଧା ନବୀନାବାଗ ସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ମଙ୍ଗୁଳିଙ୍କୁ ଗୁଳି ମାଡ଼ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି।

ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଅନ୍ୟପଟେ, ହତ୍ୟାକାଣ୍ଡରେ ବିଜେଡିର ହାତ ଥିବା ବିଜେପି ଅଭିଯୋଗ କରିଛି। ତେବେ ବିଜେପିର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।
https://youtu.be/e5q22DPdWQ4

Bjp-calls-for-khurda-bandh-today-protesting-murder-of-partys-khurda-mandal-president-manguli-jena
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories