ବେଲଟିକିରିରେ ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ଅନୁଧ୍ୟାନ

କଟକ : ଅାଜି ବେଲଟିକିରି ଯାଇଛି ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ସେଲ୍‌ଟର ହୋମ୍‌ରେ ନିର୍ଯାତନା ଘଟଣାର ଅନୁଧ୍ୟାନ କରିବାକୁ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ବେଅାଇନ୍ ସେଲଟର ହୋମ୍‌ରେ ବୁଲିବା ସହ ଗାଁ ଲୋକଙ୍କ ସହ ଅାଲୋଚନା କରିଛନ୍ତି।

ଢେଙ୍କାନାଳ ଜିଲ୍ଲାପାଳଙ୍କ ସହ ଘଟଣା ସମ୍ପର୍କରେ ଅାଲୋଚନା କରିଛନ୍ତି। କିନ୍ତୁ ଜିଲ୍ଲାପାଳଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ନପାଇବା ପରେ ବିଜେପି ଟିମ୍ ଜିଲ୍ଲାପାଳଙ୍କ ଅଫିସ୍ ଅାଗରେ ଧାରଣା ଦେଇଥିଲା। ବର୍ଷ ବର୍ଷ ଧରି କିପରି ବେଅାଇନ୍ ଭାବେ ଏହି ସେଲଟର ହୋମ୍ ଚାଲିଥିଲା, ସରକାର ଏବଂ ବିଭାଗୀୟ ମନ୍ତ୍ରୀ କିପରି ଜାଣିପାରିଲେ ନାହିଁ ବୋଲି ଦଳ ପ୍ରଶ୍ନ କରିଛି।

ସେପଟେ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ସେଲ୍‌ଟର ହୋମ୍‌ରେ ମହିଳାଙ୍କ ସୁରକ୍ଷାକୁ ନେଇ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ସଚେତନ ନୁହଁନ୍ତି ବୋଲି କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି। ଏହାର ଜବାବରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି, ସରକାର ଏନେଇ ସଜାଗ ଅଛନ୍ତି। ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

You might also like