୨୦ରେ ବିଧାନସଭା ଘେରାଉ କରିବ ବିଜେପି, ହେଲେ କାହିଁକି?

ନ୍ୟାୟ ଲାଗି ଘେରାଉ?

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ବିଧାନସଭା ଘେରାଉ କରିବ ବିଜେପି। ମାହାଙ୍ଗାର କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ନ୍ୟାୟ ପ୍ରଦାନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାବାସୀଙ୍କୁ ଘର ଦାବିରେ ବିଧାନସଭା ଘେରାଉ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ନ ଦେବାକୁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରୁଛନ୍ତି।

ଆରପଟେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବାର ମୋହ ଛାଡ଼ି ପାରୁନାହାନ୍ତି ବୋଲି ପୃଥୀରାଜ ଅଭିଯୋଗ କରିଛନ୍ତି। ମାହାଙ୍ଗା ଡବଲ ମର୍ଡର ହତ୍ୟା ଘଟଣାରେ ଡିଜିପି ପ୍ରତିଶ୍ରୁତି ଦେଇଥିଲେ, ୧୦ ଦିନରେ ସମାଧାନ ହେବ କିନ୍ତୁ ହତ୍ୟା ପଛରେ ଯାହାର ହାତ ଅଛି, ତାକୁ ସରକାର ଘଣ୍ଟ ଘୋଡ଼ାଉଛନ୍ତି। FIR ରେ ରାଜ୍ୟର ଜଣେ ମନ୍ତ୍ରୀଙ୍କ ନାଁ ଥିବାରୁ ତାଙ୍କୁ ମଧ୍ୟ ତଦନ୍ତ ପରିସରରେ ରଖିବାକୁ ଦାବି କରିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ।

You might also like