ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ଭୁବନେଶ୍ୱର: କରୋନା ଟିକା ନେଇ ମନ୍ତ୍ରୀ ରଣେନ୍ଦ୍ରଙ୍କ ୨ କେନ୍ଦ୍ର ମନ୍ତ୍ରୀଙ୍କୁ ଟାର୍ଗେଟ ପ୍ରସଙ୍ଗ ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ।

କରୋନା ଟିକା ନେଇ ରଣେନ୍ଦ୍ରଙ୍କ ମନ୍ତବ୍ୟ ଉପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶରେ ମାଗଣା ଟିକା ଦିଆଯିବ କହିଛନ୍ତି। ପଶୁମାନଙ୍କୁ ମାଗଣା ଟିକା ଦିଆଯାଉଛି, ମଣିଷମାନଙ୍କୁ ମଧ୍ୟ ଦିଆଯିବ ବୋଲି ସେ କହିଛନ୍ତି।

ମନ୍ତ୍ରୀ ରଣେନ୍ଦ୍ର ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି, ତାଙ୍କ ଉପରେ ଚାପ ପଡ଼ୁଛି। ଅଡୁଆରେ ପଡ଼ିଛନ୍ତି, ତାଙ୍କୁ ବୋଧେ କିଏ ବୁଦ୍ଧି ଦେଉଛି ପ୍ରଶ୍ନ କରିବାକୁ। କେନ୍ଦ୍ର ପଇସା ଦେଉଛି, ଓଡ଼ିଶା ସରକାର ବାଣ୍ଟି ପାରୁ ନାହାନ୍ତି ବୋଲି ସେ କହିଛନ୍ତି।

ସେହିପରି ବିଷ୍ଣୁ ସେଠୀ କହିଛନ୍ତି ଯେ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ହାତଖୋଲି ଓଡ଼ିଶାକୁ ସହଯୋଗ କରିଛନ୍ତି। ଓଡ଼ିଶାକୁ ୨୨ ହଜାର କୋଟି, ତା ଭିତରୁ ବାଲେଶ୍ୱରକୁ ୯୨୨ କୋଟି ମିଳିଛି।
ଏତେ ଟଙ୍କା ଆସିବା ସତ୍ତ୍ୱେ ପ୍ରତିଦିନ ରାଜ୍ୟରେ କୋଭିଡ ପରିଚାଳନାରେ ତ୍ରୁଟି ଦେଖାଦେଇଛି। ସାରା ଦେଶବାସୀଙ୍କ ଟିକାକରଣ ପାଇଁ ମୋଦି ବଡ଼ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ମୋଦିଙ୍କ ଯୋଜନାରେ ଓଡ଼ିଶାବାସୀ ସେମାନଙ୍କ ହକ୍‌ର ଭାଗ ନିଶ୍ଚିତ ପାଇବେ। ମନ୍ତ୍ରୀ ରାଜା ସ୍ୱାଇଁ ବିଧାୟକଙ୍କ ମୃତ୍ୟୁ ସୁଯୋଗ ଆଣିଛି ମନ୍ତବ୍ୟ ଦେଇ ନିନ୍ଦିତ। ନିଜ ନିନ୍ଦନୀୟ ବକ୍ତବ୍ୟରୁ ଦୃଷ୍ଟି ହଟାଇବା ପାଇଁ ବିଳିବିଳଉଛନ୍ତି। ନିଜସ୍ବ ଅର୍ଥରେ ଟିକା ପାଇଁ ରାଜ୍ୟ ସରକାର ଏମଓୟୁ କରିଥିବା କହିଛନ୍ତି। ଟିକା ଯୋଗାଣକାରୀ ସଂସ୍ଥା ସହ ହୋଇଥିବା ଏମଓୟୁ ସାର୍ବଜନୀନ କରନ୍ତୁ।
ଏହା ପ୍ରକାଶ କଲେ ରାଜ୍ୟ ସମେତ ବାଲେଶ୍ୱରବାସୀ ଖୁସି ହେବେ ବୋଲି ସେ କହିଛନ୍ତି।

ପ୍ରକାଶଥାଉକି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶ୍ନ କରିଥିଲେ ଯେ, ଯଦି ବିହାରରେ ମାଗଣା ଟିକା ନେଇ ବିଜେପି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇପାରୁଛି, ତେବେ ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି? ନା ଏହା ଆଉ ଏକ ନିର୍ବାଚନୀ ଜୁମ୍‌ଲା ବୋଲି ପ୍ରଶ୍ନ କରିଛନ୍ତି।
ଓଡ଼ିଶା
ରେ କରୋନା ଟିକାକରଣ ଉପରେ ବିଜେପିର କଣ ରହିଛି ଆଭିମୁଖ୍ୟ, ତାହା ଦୁଇ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଟ୍ୱିଟ୍ କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

You might also like