ଭୁବନେଶ୍ୱର : ବ୍ରହ୍ମବିଭ୍ରାଟ ରିପୋର୍ଟ ସାର୍ବଜନୀନ କରାନଯିବା ନିଷ୍ପତ୍ତିକୁ ନେଇ କଡ଼ା ସମାଲୋଚନା କରିଛନ୍ତି ଉଭୟ କଂଗ୍ରେସ ଏବଂ ବିଜେପି । ପ୍ରଶାସନର ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ, ଭୁଲ୍ ବୋଲି ବିରୋଧୀ ଦଳର ନେତା ନରସିଂହ ମିଶ୍ର କହିଛନ୍ତି।
ସେପଟେ ଏହାକୁ ମୌଳିକ ଅଧିକାରର ଉଲ୍ଲଂଘନ ବୋଲି କହିଛନ୍ତି ବିଜେପି ମୁଖପାତ୍ର ପୀତାମ୍ବର ଅାଚାର୍ଯ୍ୟ । ସୂଚନା ଅଧିକାର ଅାଇନ ମୌଳିକ ଅଧିକାରର ଅଂଶ ବିଶେଷ । ତେଣୁ RTIରେ ରିପୋର୍ଟ ମିଳିବ ନାହିଁ ବୋଲି କହିବା ସମ୍ବିଧାନ ଉଲ୍ଲଂଘନ ସଦୃଶ ବୋଲି ପୀତାମ୍ବର କହିଛନ୍ତି ।
ସିଧାସଳଖ ୩ୟ ମହଲାକୁ ଟାର୍ଗେଟ କରି ସେ କହିଛନ୍ତି, ତାମିଲ ଅଫିସର କିମ୍ବା ପ୍ରଦୀପ୍ତ ମହାପାତ୍ର ଅାଇନ ଜାଣିନାହାନ୍ତି ବୋଲି ସେ କହିଛନ୍ତି । ସେପଟେ ବିଜେପି ଟାଣିଓଟାରି ଅଧିକ କହୁଛି ବୋଲି ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ଅରୁଣ ସାହୁ ।