SCPCR ରେ ବିଜେପି ଓ କଂଗ୍ରେସର ବିକ୍ଷୋଭ

SCPCRରେ ବିଜେପି, କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର :  SCPCRରେ ବିଜେପି, କଂଗ୍ରେସର ବିକ୍ଷୋଭ ।  ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କାର୍ଯ୍ୟାଳୟ  ଆଗରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି ।  ପରୀ ଓ ଶିଶୁ ନିଖୋଜ ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ମଧ୍ୟ ବିକ୍ଷୋଭରେ ସାମିଲ ହୋଇଛି । ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ।

କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ବିଜେପି କର୍ମୀଙ୍କ ଉଦ୍ୟମ । କଂଗ୍ରେସ ପକ୍ଷରୁ ମଧ୍ୟ SCPCR କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଉଛି । ପ୍ରଦୀପ ମାଝୀ, ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ବିକ୍ଷୋଭରେ ସାମିଲ । ତେବେ ପରୀ ହତ୍ୟା ମାମଲାରେ ଥମିବାରେ ନା ନେଉ ନାହିଁ ରାଜନୀତି । ଗୋଟିଏ ପଟେ ପରୀ ହତ୍ୟାର ହତ୍ୟାକାରୀ ଧରାପଡିନଥିବା ବେଳେ ରାଜ୍ୟର ଅନେକ ସ୍ଥାନରେ ପିଲା ଗାଏବ ଘଟଣା ସାମ୍ନାକୁ ଆସିଛି ।

You might also like