ଦୁଇ ଦୁଇଟି ଅଭିଯୋଗ ନେଇ ଫେରାଦ ହେଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର: ତିର୍ତ୍ତୋଲରେ ପୋଷ୍ଟାଲ ବାଲଟ୍ ଭୋଟିଂରେ ଅନିୟମିତତା ଅଭିଯୋଗ ହୋଇଛି। ଏନେଇ ଯତୀନ ମହାନ୍ତିଙ୍କ ନେତୃତ୍ୱରେ ସିଇଓଙ୍କୁ ଫେରାଦ ହୋଇଛି ବିଜେପି ପ୍ରତିନିଧି ଦଳ।

ପୋଷ୍ଟାଲ ବାଲାଟ୍‌ରେ ଭୋଟ୍ ବେଳେ ସରକାରୀ ଅଧିକାରୀ ଘେରି ରହୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ ଆଣିଛନ୍ତି। ଏହାଛଡ଼ା ଭୋଟ୍ ଦେବା ପରେ ଟିପ ଚିହ୍ନ ନେଉ ନାହାନ୍ତି, ଲଫାଫା ସିଲ୍ କରୁ ନାହାନ୍ତି ବୋଲି ସେ କହିଛନ୍ତି।

ଏଥିରେ ପ୍ରାୟ ୩ ହଜାର ପୋଷ୍ଟାଲ ଭୋଟ୍ ପ୍ରଭାବିତ ହେବା ଆଶଙ୍କା ରହିଛି। ପୁନର୍ବାର ପୋଷ୍ଟାଲ ବାଲଟ୍ ଭୋଟ୍ କରାଇବାକୁ ଦାବି କରିଛୁ ବୋଲି ଯତୀନ ମହାନ୍ତି କିହିଛନ୍ତି।

ଅନ୍ୟପଟେ ବିଜୁ ଜନତା ଦଳର ନେତା ଓ କର୍ମୀ ବଲେଶ୍ୱରରେ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆଣିଛି ବିଜେପି। ଏ ନେଇ ପ୍ରଦୀପ୍ତ ନାୟକ ଓ ଲେଖାଶ୍ରୀ ସାମନ୍ତସିଂହାର ବିଜେପିର ଏକ ଟିମ୍ ସହ ଜିଲ୍ଲାପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି। ବାଲେଶ୍ୱରର ବିଭିନ୍ନ ସ୍ଥାନରେ ନୂଆ ବିଦ୍ୟୁତ୍ ଖୁଣ୍ଟ ପୋତା ଯାଉଥିବା ସେ ଅଭିଯୋଗ ଆଣିଛନ୍ତି।

ତେବେ ବିଜେପିର ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ନିର୍ବାଚନ ମଣ୍ଡଳୀରେ କୌଣସି ନୂଆ କାମ ହେଉନାହିଁ ବୋଲି ଶ୍ରୀ ଜେନା କହିଛନ୍ତି। ଯେଉଁ କାମ ଚାଲିଛି, ତାହା ସବୁ ପୁରୁଣା କାମ ବୋଲି ସେ କହିଛନ୍ତି।

You might also like