ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ

ବାଲେଶ୍ୱର: ବିଜୁ ଜନତା ଦଳର ନେତା ଓ କର୍ମୀ ବଲେଶ୍ୱରରେ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆଣିଛି ବିଜେପି। ଏ ନେଇ ବିଜେପିର ଏକ ଟିମ୍ ଜିଲ୍ଲାପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି।

ଗତ ୧୮ ତାରିଖରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାଲେଶ୍ୱର ପଙ୍ଖି ପଞ୍ଚାୟତରେ ପ୍ରଚାର ବେଳେ ଲୋକଙ୍କୁ ପ୍ରଭାବିତ କରିବା ଭଳି ପ୍ରତିଶ୍ରୁତି ଦେଇଥିବା ବିଜେପି ଅଭିଯୋଗ କରିଛି। ୫ ଦିନ ଭିତରେ ଗାଁରେ ବିଦ୍ୟୁତ୍ ସଂଯୋଗ ସହ, ରାସ୍ତା ଉନ୍ନୟନ କାମ ଓ ନଳକୂପ ମରାମତି ପାଇଁ ଦିବ୍ୟଶଙ୍କର ପ୍ରତିଶ୍ରୁତି ଦେଇଥିବା ବିଜେପି ଅଭିଯୋଗ ଆଣିଛି।

ଖାଲି ସେତିକି ନୁହେଁ, ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମଧ୍ୟ ପ୍ରଚାର ବେଳେ କିଛି ଲୋକଙ୍କୁ ପଲିଥିନ ବଣ୍ଟନ କରାଯାଇଥିବା ବିଜେପି ଅଭିଯୋଗ କରିଛି।

ଏପଟେ ବିଜେପିର ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ନିର୍ବାଚନ ମଣ୍ଡଳୀରେ କୌଣସି ନୂଆ କାମ ହେଉନାହିଁ ବୋଲି ଶ୍ରୀ ଜେନା କହିଛନ୍ତି। ଯେଉଁ କାମ ଚାଲିଛି, ତାହା ସବୁ ପୁରୁଣା କାମ ବୋଲି ସେ କହିଛନ୍ତି।

You might also like