ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର : ରାଜ୍ୟ ନିର୍ବାଚନ ଅଧକାରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ନାଁରେ ଫେରାଦ ହୋଇଛି ବିଜେପି। ଦଳ ଅଭିଯୋଗ କରିଛି ଯେ ଭୋଟ୍ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରି ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଛନ୍ତି। ଦଳର ଅଭିଯୋଗ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ଭୋଟ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ୩ଟି ଜାଗାରେ ସଭା କରିଛନ୍ତି।

ବୌଦ୍ଧ, ସୋନପୁର, ବାଲିଗୁଡ଼ାରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭା କରିଥିବା ବେଳେ କିଛି ଗଣମାଧ୍ୟମ ଏହା ସିଧା ପ୍ରସାରଣ ବି କରିଛନ୍ତି। ବିଜେପିର ପ୍ରେସ୍‌ମିଟ୍‌କୁ ଲାଇଭ କରିଥିବା କହି ଏକ ଚ୍ୟାନେଲକୁ ନୋଟିସ୍ କରାଯାଇଥିବା ବେଳେ ଆଜି ଲାଇଭ୍ କରିଥିବା ଗଣମାଧ୍ୟମକୁ କାହିଁକି ନୋଟିସ୍‌ କରାଯାଉନି ବୋଲି ପ୍ରଶ୍ନ ଉଠାଇଛି ଦଳ।

You might also like