• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: କରୋନା ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ବାଦ୍ ଦେଇ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ରରେ ବିଜେପି ପ୍ରତିବାଦ କରିଛି। ବାଲେଶ୍ୱର, ଜୟପୁର ଓ ରାୟଗଡ଼ାରେ ବିଜେପି ନେତା ଓ କର୍ମୀମାନେ ପ୍ରତିବାଦ କରିଛନ୍ତି। ବାଲେଶ୍ୱରରେ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ବାଦ୍‌ ଦେଇ କେବଳ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଥିବାରୁ ବିଜେପି କର୍ମୀ ହୋହାଲ୍ଲା କରିବା ସହ ଏହାକୁ ବିରୋଧ କରିଥିଲେ।

ବାଲେଶ୍ୱର ଗାନ୍ଧି ସ୍ମୃତି ଭବନ ଟିକାକରଣ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିବାରୁ ବିଜେପି କର୍ମୀ ଏହାର ପ୍ରତିବାଦ କରିଥିଲେ। ଏଥିସହ ଉଦ୍‌ଘାଟନ ପୂର୍ବରୁ ବିଜେପି କର୍ମୀ ରିିିବନ୍ ଛିଣ୍ଡାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଲଗାଇଥିଲେ। ସେହିପରି କୋରାପୁଟ ଜିଲ୍ଲା ଜୟପୁରରେ ମଧ୍ୟ ଟିକାକରଣ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି। ଟିକାକରଣ ନେଇ ରାଜ୍ୟ ସରକାର ମାଇଲେଜ୍ ନେଉଥିବା ଅଭିଯୋଗ ଆଣି ସିଡିଏମଓଙ୍କୁ ଘେରାଉ କରିଛନ୍ତି ବିଜେପି କର୍ମୀ। ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଜୟପୁରରେ କୋରାପୁଟ ସିଡଏମଓଙ୍କୁ ଘେରିଛି ବିଜେପି। ଘଟଣାସ୍ଥଳରେ ଜୟପୁର ସଦର ପୋଲିସ ପହଞ୍ଚି ବୁଝାସୁଝା କରିଥିବା ଜଣାପଡ଼ିଛି।

ରାୟଗଡ଼ାରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି। ରାୟଗଡ଼ା ଜିଲ୍ଲା ୟୁଜିଏମ୍‌ଆଇଟିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ରହିବାରୁ ବିଜେପି କର୍ମୀ ପ୍ରତିବାଦ କରିଛନ୍ତି। ଟିକାକରଣ ଅଭିଯାନରେ କେନ୍ଦ୍ର ସରକାର କରୋନା ଟିକା ମାଗଣାରେ ଦେଉଥିବା ବେଳେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ କାହିଁକି ରହିବ ବୋଲି ବିଜେପି ପ୍ରଶ୍ନ କରିଛି।  ସେହିପରି ଅନୁଗୁଳରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି। ବିଜେପି କର୍ମୀ ମାନେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି।

ସୂଚନାଥାଉ କି, ଦେଶରେ ଆଜି ଠାରୁ ନୂଆ ଭ୍ୟାକ୍ସିନେସନ୍ ନୀତି ଲାଗୁ ହୋଇଛି । ଆଜି ଠାରୁ ଦେଶର ୧୮ ବର୍ଷରୁ ଅଧିକ ବୟସ୍କ ପ୍ରତ୍ୟେକ ନାଗରିକଙ୍କୁ ମାଗଣାରେ କରୋନା ଟିକା ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଦେଶବାସୀଙ୍କୁ ସମ୍ବୋଧନ କରି ମାଗଣା ଟିକାକରଣ ଘୋଷଣା କରିଥିଲେ । ନୂତନ ନୀତି ଅନୁସାରେ ୧୮ ରୁ ୪୪ ବର୍ଷ ବୟସର ଲୋକମାନେ ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇପାରିିବେ । ଏହାପୂର୍ବରୁ, ୧୮ ରୁ ୪୪ ବର୍ଷ ବୟସର ଲୋକମାନେ ଟିକା ନେବା ପାଇଁ  CoWIN ପୋର୍ଟାଲ ମାଧ୍ୟମରେ ଆପଏଣ୍ଟମେଂଟ ନେବାକୁ ପଡ଼ିଥିଲା ।

Bjp-activists-protest-create-ruckus-at-vaccination-site-in-balasore-over-absence-of-pm-modis-photo
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories