• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ତେଜିଲା ଟିକା ରାଜନୀତି। ମୁହାଁମୁହିଁ ହେଲେ ବିଜେପି-ବିଜେଡି। ତେବେ ଏଥର ଟିକା ଅଭାବକୁ ନେଇ ବରଂ ନୁହେଁ ଫଟୋ ପାଇଁ ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀଙ୍କର ଫଟୋ ଲାଗିବା ପରେ ସୃଷ୍ଟି ହୋଇଛି ଏଭଳି ସ୍ଥିତି। ପ୍ରଧାନମନ୍ତ୍ରୀଙ୍କର ଫଟୋ ଲଗାଯାଇ ନଥିବାରୁ କଡ଼ା ଆପତ୍ତି କରିଛି ବିଜେପି। ଅନୁଗୁଳରୁ ବାଲେଶ୍ୱର, ରାୟଗଡ଼ାରୁ ଜୟପୁର ସବୁଠି ବିଜେପି କର୍ମୀ ଏହାର ତୀବ୍ର ବିରୋଧ କରିଥିଲେ। ଅନୁଗୁଳ ଷ୍ଟାଡିୟମ୍ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କୁ ବାଦ୍ ଦେଇ କେବଳ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲାଗିଥିବାରୁ ବିଜେପି କର୍ମୀମାନେ ପହଞ୍ଚି ତାର ବିରୋଧ କରିବା ସହିତ ପୋଷ୍ଟରଗୁଡ଼ିକୁ ଚିରି ଦେଇଥିଲେ।

ବାଲେଶ୍ୱର ଗାନ୍ଧି ସ୍ମୃତି ଭବନ ଟିକାକରଣ କେନ୍ଦ୍ରର ବି ସମାନ ପ୍ରସଙ୍ଗକୁ ନେଇ ଦେଖାଦେଇଥିଲା ଉତ୍ତେଜନା। ବିଜେପି କର୍ମୀ ଏଠାରେ ଲାଗିଥିବା ରିବନ୍‌କୁ ଛିଣ୍ଡାଇ ଦେବା ସହିତ ସେଠାରେ ପ୍ରଧାନମନ୍ତ୍ରୀଙ୍କ ଏକ ଫଟୋ ଲଗାଇଥିଲେ। ଜୟପୁରରେ କୋରାପୁଟ ସିଡିଏମ୍ଓଙ୍କୁ ଘେରାଉ କରିଥିଲେ ବିଜେପି କର୍ମୀ। ରାୟଗଡ଼ାରେ ବି ବିଜେପି କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ ପ୍ରତିବାଦ କରିଥିଲେ।

କେନ୍ଦ୍ର ସରକାର ମାଗଣାରେ ଟିକା ଦେଉଥିବାବେଳେ ନବୀନଙ୍କ ଫଟୋ ଲଗାଇ ରାଜ୍ୟ ସରକାର ପଲିଟିକାଲ୍ ମାଇଲେଜ୍ ନେବାକୁ ଉଦ୍ୟମ କରୁଥିବା ବିଜେପି ଅଭିଯୋଗ କରିଛି। ଏହାର ଜବାବରେ ବିଜେଡି କହିଛି ଟିକା ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଛି। ଦୁଇ ତିନି ମାସ ହେଲା ସୁରୁଖୁରୁରେ ଟିକାକରଣ ଚାଲିଥିବା ବେଳେ ଏବେ ସେଥିରେ ବାଧା ସୃଷ୍ଟି କରାଯିବା ନିନ୍ଦନୀୟ।

ସେପଟେ ଆଜିଠୁ ସାରା ରାଜ୍ୟରେ କ୍ୟାମ୍ପେନ୍ ମୋଡ୍‌ରେ ଆରମ୍ଭ ହୋଇଛି ଟିକାକରଣ। ପ୍ରତ୍ୟେକ ବ୍ଲକ୍, ଏନ୍ଏସି, ପୌର ପରିଷଦ ଓ ମହାନଗର ନିଗମରେ ଟିକାକରଣ କେନ୍ଦ୍ର କରାଯାଇ ଟିକା ଦେବା ବ୍ୟବସ୍ଥା କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ବି ସ୍ପଟ୍ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା ହୋଇଛି। ଅଧିକାଂଶ ସ୍ଥାନରେ ଟିକାକରଣ ସୁରୁଖୁରୁରେ ଚାଲିଥିବା ବେଳେ ଢେଙ୍କାନାଳ ଜିଲ୍ଲା କାମାକ୍ଷନଗର ମେଡିକାଲ୍‌ରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ। ଲମ୍ବାଲାଇନ୍‌ରେ ଟିକା ଟୋକନ୍ ଉପରେ ପଥର ଖଣ୍ଡିଏ ଲେଖାଏଁ ରଖି ଲୋକେ ନିଜ ନିଜ ପାଳିକୁ ଅପେକ୍ଷା କରିଥିଲେ ସମ୍ଭାବ୍ୟ ଥାର୍ଡ ୱେଭ୍ ପୂର୍ବରୁ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାର ଜୋରଦାର ପ୍ରୟାସ ଜାରି ରଖିଛନ୍ତି।

ସେପଟେ ଟିକା ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଥିବା ନେଇ ବିଜେଡି ଯୁକ୍ତି ବାଢୁଥିବା ବେଳେ ଟିକା ନେଲା ପରେ ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁ ବି ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ ହ୍ୱାଟ୍ସଆପ୍ ମେସେଜ୍ ଆସୁଛି ଯାହା ସୂଚାଉଛି, ଟିକା ମାଇଲେଜ୍ କିଏ ନେବ, ତାକୁ ନେଇ ତୀବ୍ର ସୃଷ୍ଟି ହୋଇଛି କମ୍ପିଟିସନ୍।

Bjp-activists-protest-absence-of-pm-modis-photo-at-vaccination-site
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories