• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • ରାଜଧାନୀରେ ତେଜିଲା ହୋଲଡିଂ ଟ୍ୟାକ୍ସ ରାଜନୀତି
  • ବିଏମ୍ସିର ବର୍ଦ୍ଧିତ ଟିକସ ଆଦାୟକୁ ନେଇ ବଢୁଛି ଜନ ଅସନ୍ତୋଷ
  • ତୁରନ୍ତ ପ୍ରତ୍ୟାହାର ଦାବିରେ ରାସ୍ତାକୁ ଓହ୍ଲାଇଲେ ବିଜେପି ଓ କଂଗ୍ରେସ
  • ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଟିକସ ଆଦାୟ ହେଉଥିବା କହିଲା ବିଏମ୍ସି

ଭୁବନେଶ୍ୱର(ଅର୍ଚ୍ଚନା ଶତପଥୀ): ରାଜଧାନୀରେ ତେଜିଲା ହୋଲ୍ଡିଂ ଟିକସ ତାତି। ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ପ୍ରତ୍ୟାହାର ଦାବିରେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ। ହୋଲଡିଂ ଟିକସରେ ଅହେତୁକ ବୃଦ୍ଧିକୁ ଜିଜିଆ କର ବୋଲି କହି ଭୁବନେଶ୍ୱର ଜିଲ୍ଲା ବିଜେପି ଏବଂ କଂଗ୍ରେସ ରାଲି କରି ପ୍ରତିବାଦ କରିଛନ୍ତି। ସେପଟେ ସାଧାରଣ ଲୋକେ ବି ବିଏମ୍ସିର ଆକାଶଛୁଆଁ ଟିକସ ବୋଝକୁ ନାପସନ୍ଦ କରିଥିବା ବେଳେ ହାଇକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଅନୁସାରେ ସରକାର ଟିକସ ଧାର୍ଯ୍ୟ କରିଥିବା କହିଛି ବିଏମ୍ସି।

ରାଜଧାନୀ ରାଜରାସ୍ତାରେ ହୋଲଡିଂ ଟିକସ ତାତି ଦେଖିବାକୁ ମିଳିଛି। ବିଏମ୍ସିର ଅଚାନକ ଟ୍ୟାକ୍ସ ବୃଦ୍ଧି ନିଷ୍ପତ୍ତିକୁ ବିରୋଧୀଙ୍କ ଜୋରଦାର ବିରୋଧ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିକଟରେ ବଢ଼ାଯାଇଥିବା ହୋଲଡିଂ ଟ୍ୟାକ୍ସକୁ ଲୋକେ ବିରୋଧ କରି ଆସୁଥିବା ବେଳେ ଆଜି ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଭୁବନେଶ୍ୱର ଜିଲ୍ଲା ବିଜେପି ଆଜି ଘେରାଉ କରିଥିଲା ବିଏମସି କାର୍ଯ୍ୟାଳୟ। ଦଳ ଅଭିଯୋଗ କରିଛି କୌଣସି କମିଟି ଗଠନ ଏବଂ ବିଚାରବିମର୍ଶ ବିନା ଅପ୍ରତ୍ୟାଶିତ ଭାବରେ ହୋଲଡିଂ ଟିକସ ବୃଦ୍ଧି କରି ଲୋକଙ୍କ ଉପରେ ଜିଜିଆ କର ଲଦିଛି ବିଏମସି। ସେହିଭଳି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଆଜି ସାମନ୍ତରାପୁରସ୍ଥିତ ବିଏମସି ଜୋନାଲ କାର୍ଯ୍ୟାଳୟ ଘେରାଉ କରଥିଲା। କରୋନା କାଳରେ ହୋଲଡିଂ ଟିକସ ବୃଦ୍ଧିକୁ ଦଳ ବୋଝ ଉପରେ ନଳିତା ବିଡା ବୋଲି କହିଛି ଦଳ।

୧୯୮୯ ମସିହାରୁ ରାଜଧାନୀବାସୀଙ୍କୁ ଦେବାକୁ ପଡୁଛି ହୋଲଡିଂ ଟ୍ୟାକ୍ସ। ସେ ସମୟରେ ଟିକସ ମୂଲ୍ୟ ଜମି ମୂଲ୍ୟର ୧୨ ପ୍ରତିଶତ ଥିଲା। ୨୦୦୩ରେ ଏହା ୧୭.୫ ପ୍ରତିଶତକୁ ବୃଦ୍ଧି ହୋଇଥିଲା। ପରେ ୨୦୧୯ରୁ ଜମିର ବେଞ୍ଚମାର୍କ ଭାଲ୍ୟୁ ଅନୁସାରେ ଟିକସ ଧାର୍ଯ୍ୟ ହୋଇଛି। ତେବେ ବର୍ତ୍ତମାନ ଟିକସ ପ୍ରତିଶତରେ ବୃଦ୍ଧି ହୋଇନଥିଲେ ବି ୧୯୯୭ର ଜମି ମୂଲ୍ୟ ବଦଳରେ ୨୦୧୯ ବେଞ୍ଚମାର୍କ ମୂଲ୍ୟ ଅନୁସାରେ ଟିକସ ଧାର୍ଯ୍ୟ କରିଥିବାରୁ ଏହାର ପରିମାଣ ସ୍ଥାନେ ସ୍ଥାନେ ୧୨ରୁ ୧୫ ଗୁଣା ବୃଦ୍ଧି ପାଇଛି ଆଉ ଯାହାକୁ ବିରୋଧ କରିଛନ୍ତି ସାଧାରଣ ଜନତା। ସେପଟେ ୧୯୯୮ ପରଠୁ ୨୦୧୮ ପର୍ଯ୍ୟନ୍ତ ରାଜଧାନୀରେ ଜମିର ବେଞ୍ଚମାର୍କ ମୂଲ୍ୟ ସଂଶୋଧନ ହୋଇ ନଥିଲା ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସଂଶୋଧିତ ବେଞ୍ଚମାର୍କ ମୂଲ୍ୟ ଆଧାରରେ ଟିକସ ବଢିଥିବା ଯୁକ୍ତି ରଖିଛି ବିଏମସି।

୨୦୧୯ରୁ ଜମିର ବେଞ୍ଚମାର୍କ ମୂଲ୍ୟ ବଢିବା ପରେ ଏହାକୁ ଆଧାର କରି ହୋଲଡିଂ ଟ୍ୟାକ୍ସ ରିଭିଜନ୍ କରିଥିଲା ବିଏମ୍ସି। ସେତେବେଳେ ଏହାକୁ ବିରୋଧ କରି ହାଇକୋର୍ଟ ଯାଇଥିଲା ଭୁବନେଶ୍ୱର ନାଗରିକ ମହାସଂଘ। ନିକଟରେ ହାଇକୋର୍ଟଙ୍କ ଅନ୍ତରୀଣ ରାୟ ଆସିବା ପରେ ବର୍ଦ୍ଧିତ ଟିକସ ଆଦାୟ କରୁଛି ବିଏମସି।

Bjp-activists-gherao-bmc-office-over-holding-tax-hike
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories