ଭୁବନେଶ୍ୱର: ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ସେସୁକୁ ବିକ୍ରି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟ ସରକାର ସେସୁ ଭଳି ବଡ଼ ସଂସ୍ଥାକୁ ଘରୋଇ ସଂସ୍ଥା ହାତରେ ଟେକି ଦେବାକୁ ବସିଛନ୍ତି।
ଏହାକୁ ବିକ୍ରି କରିବା ଲାଗି ଓପନ୍ ଟେଣ୍ଡର କରାଯାଉ ନାହିଁ। ବଡ଼ କମ୍ପାନୀ ବଦଳରେ ଅଜଣା ଅଶୁଣା କମ୍ପାନୀକୁ ଏହା ବିକ୍ରି କରିବାକୁ ଚେଷ୍ଟା କରାଯାଉଛି। ସେସୁକୁ ବିକ୍ରି କରି ରାଜ୍ୟ ସରକାର ନିର୍ବାଚନୀ ପାଣ୍ଠି ଯୋଗାଡ଼ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି। ତେବେ ବିଜେପିର ଅଭିଯୋଗର ଜବାବ ରଖିଛି ବିଜେଡ଼ି।
https://www.youtube.com/watch?v=TMXvQPe2LMU