• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ବିଜେପି ଫୋକସରେ ଓଡ଼ିଶା। ଆଜି ରାଜ୍ୟରେ ଖୋଲିଛି ଦଳର ଆଉ ୬ଟି ନୂଆ ପାର୍ଟି ଅଫିସ।  ବରଗଡ଼, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ବାରିପଦା ଓ ଢେଙ୍କାନାଳରେ ଏହି ପାର୍ଟି ଅଫିସଗୁଡ଼କିର ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।

ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ବିଜେପି କାର୍ଯ୍ୟକ୍ରମରେ ନଡ୍ଡା ୬ଟି ଯାକ ପାର୍ଟି ଅଫିସର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ଓଡ଼ିଶାରେ ବିଜେପିର ସଂଗଠନ ଯେପରି ତୃଣମୂଳ ସ୍ତରରେ ମଜବୁତ ହେବ ଏବଂ ପ୍ରତିଟି ବିକାଶମୂଳକ କାର୍ଯ୍ୟରେ  ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହଯୋଗ ରହିବ, ସେ ନେଇ ପରାମର୍ଶ ଦେଇଥିଲେ ନଡ୍ଡା।

ସେପଟେ ୨୦୧୯ ନିର୍ବାଚରେ ଦଳର ଭୋଟ ପ୍ରତିଶତ ବଢ଼ିଥିବା ଏବଂ ୩୩ଟି ଟ୍ରାଇବାଲ ସିଟରୁ ୧୧ଟି ସିଟରେ ବିଜେପିର ବିଜୟ ହୋଇଥିବାରୁ ଏଥିପାଇଁ ରାଜ୍ୟସ୍ତରୀୟ ନେତୃବନ୍ଦଙ୍କୁ ଧନ୍ୟବାଦ ଦେଇଥିଲେ ନଡ୍ଡା। ସେହିଭଳି ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ସହ ମୋଦି ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେବାକୁ ମଧ୍ୟ ଆଜିର କାର୍ଯ୍ୟକ୍ରମରେ  ଆହ୍ୱାନ ଦେଇଥିଲେ ନଡ୍ଡା ।ରାଜ୍ୟରେ ବିଜେପିର ଯେଉଁ ଅଗ୍ରଗତି ହେଉଛି, ଆଗକୁ ଦଳ ଏକକ ସରକାର ଗଠନ କରିବାକୁ ସକ୍ଷମ ବୋଲି ଦୃଢ଼ ସ୍ୱରରେ ନଡ୍ଡା କହିଛନ୍ତି।

Bjp-6-new-party-office-opened-in-odisha-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories