ନିର୍ବାଚନ ଜିତିବା ପରେ ନବୀନ ନିବାସରେ ରୀତା

ବରଗଡ଼: ବିଜେପୁର ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଆସିଛନ୍ତି ନବନିର୍ବାଚିତ ବିଜେଡି ବିଧାୟିକା ରୀତା ସାହୁ। ଦଳୀୟ ସମର୍ଥକଙ୍କ ଗହଣରେ ରୀତା ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି।

ରୀତ ତାଙ୍କ ବିଜୟର ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପୁରବାସୀଙ୍କୁ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ବିଶ୍ୱାସ ହିଁ ତାଙ୍କୁ ନିର୍ବାଚନରେ ଜିତାଇଛି ବୋଲ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ରୀତ। ବିରୋଧୀଙ୍କ ପ୍ରସଙ୍ଗରେ ପଚାରିବାରୁ କିଛି କହିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି ରୀତା।

You might also like