ସାଧାରଣ ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ବିଜେଡି; ୧୪ ନିର୍ବାଚନ ଠାରୁ ୧୮ ଗୁଣା ଅଧିକା

ଭୁବନେଶ୍ୱର: ୧୯ ସାଧାରଣ ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ବିଜେଡି! ନିର୍ବାଚନ କମିଶନ୍‌ଙ୍କ ନିକଟରେ ଦଳ ଦାଖଲ କରିଥିବା ଖର୍ଚ୍ଚ ବିବରଣୀରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଦଳର ନିର୍ବାଚନୀ ଖର୍ଚ୍ଚ ବିବରଣୀରେ ଉଲ୍ଲେଖ ରହିଛି ଯେ ୧୯ ନିର୍ବାଚନରେ ଦଳ ଖର୍ଚ୍ଚ କରିଛି ୨୨୭ କୋଟି ୭୯ ଲକ୍ଷ ୭୨ ହଜାର ଟଙ୍କା।

ଏହାଭିତରୁ ସିଂହଭାଗ ଯାଇଛି ବିଜ୍ଞାପନ ବାବଦକୁ। ଏଥିରେ ଖର୍ଚ୍ଚ ହୋଇଛି ୭୧ କୋଟି ୨୬ ଲକ୍ଷ ଟଙ୍କା। ସେଥିମଧ୍ୟରୁ କେବଳ ସୋସିଆଲ୍ ମିଡିଆ କ୍ୟାମ୍ପେନ୍‌ରେ ଖର୍ଚ୍ଚ ହୋଇଛି ୫ କୋଟି ୨୬ ଲକ୍ଷ। ନବୀନଙ୍କ ହୋଲୋଗ୍ରାମ ବାବଦକୁ ୨୦ କୋଟି ୬ ଲକ୍ଷ, ଷ୍ଟାର କ୍ୟାମ୍ପନର୍ ବାବଦରେ ୧୧ କୋଟି ୫୨ ଲକ୍ଷ, ହୋର୍ଡିଂ, ପୋଷ୍ଟର, ଫ୍ଳାଗ୍ ଆଦି ବାବଦକୁ ୧୪ କୋଟି ୫୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ସେହିଭଳି  ନିର୍ବାଚନ ସଭା ଓ ଶୋଭାଯାତ୍ରା ପାଇଁ ୧୬ କୋଟି ୮୬ ଲକ୍ଷ, ଇଲେକସନ୍ ସର୍ଭେ ବାବଦକୁ ଖର୍ଚ୍ଚ ୭କୋଟି ୨ଲକ୍ଷ ଓ ପ୍ରି-ପୋଲ୍ ସର୍ଭେ ବାବଦରେ ଦଳ ୧୬ ଲକ୍ଷ ୨୧ ହଜାର ଟଙ୍କା ଖର୍ଚ୍ଚ କରିଛି।

ଏହା ବାଦ୍ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇ ସାଧାରଣ ନିର୍ବାଚନ ପ୍ରଚାର ବାବଦରେ ଦଳ ଖର୍ଚ୍ଚ କରିଛି ମୋଟ୍ ୧୯୩ କୋଟି ୩୪ ଲକ୍ଷ ଟଙ୍କା। ସେହିପରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ହୋଇଛି ମୋଟ୍ ୩୪ କୋଟି ୫ ଲକ୍ଷ ଟଙ୍କା। ତେବେ ଦାଖଲ୍‌ କରିଥିବା ରିପୋର୍ଟର ଠାରୁ ଅଧିକ ପରିମାଣ ଠାରୁ ବିଜେଡି ଢେର୍ ଅଧିକ ଟଙ୍କା ଖର୍ଚ୍ଚ କରିଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ।

୨୦୧୪ ନିର୍ବାଚନରେ ବିଜେଡି ମୋଟ୍ ୧୨ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଥିଲା। ତେବେ ୧୯ ନିର୍ବାଚନରେ ୨୨୭ କୋଟିରୁ ଉର୍ଦ୍ଧ୍ୱ ଅର୍ଥାତ ପ୍ରାୟ ୧୮ ଗୁଣା ଅଧିକ ଖର୍ଚ୍ଚକୁ ନେଇ ଉଠିଛି ପ୍ରଶ୍ନ। ବିଜେଡି ନିର୍ବାଚନ ଜିତିବାରେ ଟଙ୍କା ଏକ ପ୍ରମୁଖ କାରଣ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।

ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଟଙ୍କା କାରବାରର ଅନେକ ଅଭିଯୋଗ ହୋଇଥାଏ। ତେଣୁ ଦଳ ଦର୍ଶାଇଥିବା ୨୨୭ କୋଟିର ଖର୍ଚ୍ଚ ବିବରଣୀ କେତେ ଠିକ୍ ଓ ଦଳ ପ୍ରକୃତରେ କେତେ ଟଙ୍କା ଖର୍ଚ୍ଚ କରିଛି ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ଆହୁରି ପଢ଼ନ୍ତୁ

ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

You might also like